ଏ.କେ ବ୍ୟୁରୋ : ଭାଲୁ ପାଇଁ ରାତି ଉଜାଗର । ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ। ହାତରେ ଠେଙ୍ଗା ବାଡ଼ି ଧରି ବୁଲୁଛନ୍ତି ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ବୈରାଟପୁର ଆଦି ଗାଁରେ ମାତିଛି ଭାଲୁ। ୮ ଦିନ ହେଲାଣି ନାକେଦମ ହେଲେଣି ଗ୍ରାମବାସୀ। ଭାଲୁ ବୁଲୁଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକ। ଭାଲୁର ଗତିବିଧି ଉପରେ ନଜର ରଖିଛି ବନବିଭାଗ ।

ସେହିପରି ଆନନ୍ଦପୁରରେ ମଧ୍ୟ ଆତଙ୍କ ଖେଳାଇଛି ଭାଲୁ । ମେଡିକାଲରେ ବୁଲୁଛି ଭାଲୁ । ଆନନ୍ଦପୁର ଉପଖଣ୍ଡ ପୁରୁଣାବାନ୍ଧଗୋଡା ପ୍ରାଥମିକ ସ୍ବାସ୍ଥ୍ଯକେନ୍ଦ୍ର ପରିସରରେ ଭାଲୁ ବୁଲୁଛି। ଫଳରେ ସ୍ବାସ୍ଥ୍ଯ କେନ୍ଦ୍ର ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହସ୍ପିଟାଲ ପାଖରେ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଥିବାରୁ ସନ୍ଧ୍ୟା ହେବା ମାତ୍ରେ ଭାଲୁଟି ଚାଲି ଆସୁଛି। ଭାଲୁକୁ ଦେଖି ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକ । ତେଣୁ ସ୍ବାସ୍ଥ୍ୟ ଚାରିପଟେ ପାଚେରୀ ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି । ଏହାସହ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ କହିଛନ୍ତି ଗ୍ରାମବାସୀ ।






