ଏ.କେ ବ୍ୟୁରୋ : ଗରମ, ଗୁଳୁଗୁଳିରେ ଲୋକ ଯମ ଯନ୍ତ୍ରଣା ଭୋଗୁଛନ୍ତି । ଶକ୍ତି ବିଭାଗ କରୁଛି କଣ ? ଅଘୋଷିତ ବିଦ୍ୟୁତ କାଟର ପ୍ରତିବାଦରେ ଏବେକାର ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ୨୦୨୩ରେ ବର୍ଷାରେ ଭିଜି ଭିଜି ଟାଟାପାୱାର କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ତାତି ଏମିତି ଯେ
ଘରେ ରହିବା ମୁସ୍କିଲ ହୋଇପଡ଼ୁଛି ।
ଗରମ ସାଙ୍ଗକୁ ଗୁଳୁଗୁଳି ଦେଉଛି ଅସହ୍ୟ ଯନ୍ତ୍ରଣା । ଏପଟେ ଏ ଯନ୍ତ୍ରଣାକୁ ବଳିଗଲାଣି ଅଘୋଷିତ ବିଦ୍ୟୁତ କାଟ୍ ଓ ଲୋ ଭୋଲଟେଜ୍ ସମସ୍ୟା । ଗରମ, ଗୁଳୁଗୁଳିରେ ଲୋକ ଯମ ଯନ୍ତ୍ରଣା ଭୋଗୁଛନ୍ତି । ଶକ୍ତି ବିଭାଗ କରୁଛି କଣ? ଅଘୋଷିତ ବିଦ୍ୟୁତ କାଟର ପ୍ରତିବାଦରେ ଏବେକାର ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ୨୦୨୩ରେ ବର୍ଷାରେ ଭିଜି ଭିଜି ଟାଟାପାୱାର କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏବେ ତାଙ୍କ ହାତରେ ବିଜୁଳି ଦାୟିତ୍ୱ । ଆଉ ବଦଳିଯାଇଛି ତାଙ୍କ ମନ୍ତବ୍ୟ । ଅଘୋଷିତ ବିଦ୍ୟୁତ କାଟ ପାଇଁ ଏସି, କୁଲରର ଅତ୍ୟଧିକ ବ୍ୟବହାରକୁ ଦାୟୀ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁଠି ବିଜୁଳି କାଟ୍ ହେଉନି, ସେଠି ଲୋ’ ଭୋଲଟେଜ୍ ଯୋଗୁଁ ଫ୍ୟାନ ଘେରାଏ ବୁଲିବା କଷ୍ଟକର ହୋଇପଡୁଛି । ଅଘୋଷିତ ବିଜୁଳି କାଟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ମାର୍ଚ୍ଚରେ ହାରାହାରି ୨୪ ଘଣ୍ଟା, ଏପ୍ରିଲରେ ୩୪ ଘଣ୍ଟା, ମେ’ ମାସରେ ୪୧ ଘଣ୍ଟା ବିଦ୍ୟୁତ କାଟ ହେଇଛି । ବିଜେଡି ବି ଶକ୍ତିମନ୍ତ୍ରୀକୁ ଟାର୍ଗେଟ କରିଛି । ଆଉ ଜନ ଅସନ୍ତୋଷ ଦେଖି ବିଜେପି ବିଧାୟକ କହିଛନ୍ତି, ଲୋକଙ୍କ ସମସ୍ୟା ବୁଝି ତୁରନ୍ତ ପଦକ୍ଷେପ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଗ୍ରୀଷ୍ମପ୍ରବାହ ସମୟରେ ବିଦ୍ୟୁତ କାଟ୍ ସମସ୍ତଙ୍କୁ ଅତିଷ୍ଠ କରୁଥିବା ବେଳେ ୧୦ ହଜାର ବିଦ୍ୟୁତ କର୍ମଚାରୀଙ୍କୁ ଛଟେଇ କରିଦେଇଛି ଟାଟା ପାଓ୍ୱାର । ପ୍ରବଳ ଖରା ଗରମରେ ଲୋୟର ପିଏମଜିରେ ୭ ଦିନ ହେଲା ସେମାନେ ଆନ୍ଦୋଳନରେ ବସିଛନ୍ତି ।






