ଏ.କେ ବ୍ୟୁରୋ : ମରଣାନ୍ତକ ଆକ୍ରମଣ ଓ ଅପହରଣର ୯ ଦିନପରେ ଯୁବକ ଗୌରାଙ୍ଗଙ୍କ ମୃତଦେହକୁ ଆଜି ଠାବ କରିଛି ପୁଲିସ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମହାଦେଇ ପାଟଣା ଗାଁର ଯୁବକ ଗୌରାଙ୍ଗଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ପରେ ନିଖୋଜ ଥିଲେ ଗୈାରାଙ୍ଗ

ଗୌରାଙ୍ଗଙ୍କୁ ଠାବ କରିବା ପାଇଁ ପଡ଼ିଥିଲା ଚହଳ । ଜଣେ ଅଭିଯୁକ୍ତ ଗିରଫ ପରେ ଠାବ ହେଲା ମୃତଦେହ । ଆଳି ଥାନା ପେତପଡା ପଞ୍ଚାୟତର ନ’ମାଣିଆ ପାଟ ମଝି ବେଣାବୁଦାରୁ ମିଳିଲା ଖପୁରୀ, ହାଡ଼ ଓ ପୋଷାକ । ଘଟଣାସ୍ଥଳ ଲୋକାରଣ୍ୟ । ହାଡ଼ ଓ ଖପୁରିକୁ ଜଗିରହିଥିଲେ ପୁଲିସ ବାହିନୀ। ସାଇଣ୍ଟିଫିକ ଟିମ୍ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ଅଭିଯୁକ୍ତଙ୍କୁ ପୋଲିସ ଖୋଜିବା ସହ ତଦନ୍ତ ଜାରି ରହିଛି ।






