ଏ.କେ ବ୍ୟୁରୋ : କାଠଯୋଡ଼ି ପଠାରେ କ୍ରାଇମ ସିନ୍ ଦେଖାଇଲା ଅଭିଯୁକ୍ତ । ମହିଳାଙ୍କୁ କେମିତି ହତ୍ୟା କରିଥିଲା ରାଜାବଗିଚା କାଠଯୋଡ଼ି ପଠାରେ କ୍ରାଇମ ସିନ୍ ଦେଖାଇଥିଲା ଅଭିଯୁକ୍ତ ଜଳନ୍ଧର ବାଗ ।କାଠଯୋଡ଼ି ପଠାରେ କ୍ରାଇମ ସିନ୍ ଦେଖାଇଲା ଅଭିଯୁକ୍ତ । ମହିଳାଙ୍କୁ କେମିତି ହତ୍ୟା କରିଥିଲା ରାଜାବଗିଚା କାଠଯୋଡ଼ି ପଠାରେ କ୍ରାଇମ ସିନ୍ ଦେଖାଇଥିଲା ଅଭିଯୁକ୍ତ ଜଳନ୍ଧର ବାଗ । ଗତ ଅକ୍ଟୋବର ୭ ତାରିଖ ଦିନ କ’ଣ ଘଟିଥିଲା ଓ ଅଭିଯୁକ୍ତ କିପରି ହତ୍ୟା କରିଥିଲା ତା’ର ଡେମୋ ଦେଖାଇଥିଲା । ଗତକାଲିଠାରୁ ଅଭିଯୁକ୍ତ ଜଳନ୍ଦର ବାଗକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା ଜାରି ରଖିଛି ବାଦାମବାଡ଼ି ପୋଲିସ ।
ତେବେ ବସ ଟର୍ମିନାଲ ନିକଟ ମଲାଚଣ୍ଡୀଆ ଛକ ନିକଟରୁ କାଠଯୋଡ଼ି ପଠା ପର୍ଯ୍ୟନ୍ତ ଅଭିଯୁକ୍ତକୁ ଚଲାଇ ଚଲାଇ ନେଇଥିଲା କମିଶନରେଟ ପୋଲିସ। ଘଟଣାସ୍ଥଳରେ ଅଭିଯୁକ୍ତକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା ପୋଲିସ। କାଠଯୋଡ଼ି ପଠାରେ ମହିଳାଙ୍କୁ ହତ୍ୟା ପରେ, ତୁରନ୍ତ କଟକ ଛାଡି ନଥିଲା ଅଭିଯୁକ୍ତ । ଅନେକ ସମୟ ଧରି ଆଖପାଖ ଅଞ୍ଚଳରେ ବିଚରଣ କରିଥିଲା। ଏପରିକି ହତ୍ୟା ପରେ ମୃତ ମହିଳାଙ୍କ ଘରକୁ ମଧ୍ୟ ଯାଇଥିଲା ଅଭିଯୁକ୍ତ ଜଳନ୍ଦର । ସେଠାରେ ତାଙ୍କ ପରିବାରବର୍ଗଙ୍କୁ ନିର୍ଯାତନା ଦେଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ।
କେବଳ ଏହି ଘଟଣା ନୁହେଁ ଅନ୍ୟ ମହିଳାଙ୍କୁ ମଧ୍ୟ ଅଭିଯୁକ୍ତ ମରଣାନ୍ତକ ଆକ୍ରମଣ କରିଥିବା ତଥ୍ୟ ସାମ୍ନାକୁ ଆସିଛି । ତେବେ ଗତ ଅକ୍ଟୋବର ୭ ତାରିଖ ସକାଳ ପ୍ରାୟ ୮ଟା ବେଳେ କଟକ ସିଏନବିଟିରେ ଅଭିଯୁକ୍ତ ଜଳନ୍ଦର ଓ ଗୌରୀ ପହଞ୍ଚିବା ପରେ କାଠଯୋଡ଼ି ନଦୀ ପଠାକୁ ଆସିଥିଲେ । ସେଠାରେ ଗୌରୀଙ୍କୁ ହତ୍ୟା କରିଥିଲା ଜଳନ୍ଦର । କଳାହାଣ୍ଡିରୁ ଗୌରୀଙ୍କୁ ଆଣି ଜଗତସିଂହପୁର ନାଉଗାଁରେ ଭଡ଼ା ଘରେ ରଖିଥିଲା ଅଭିଯୁକ୍ତ। ସେଠାରେ ଗୌରୀଙ୍କୁ ଶାବଳରେ ଆକ୍ରମଣ କରିଥିବା ନେଇ ଜଗତସିଂହପୁର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ।






