ଜଳେଶ୍ୱର,ଏ.କେ ବ୍ୟୁରୋ :: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ । ୧୦ରୁ ଅଧିକ ଦୋକାନ ଘର ଜଳିପୋଡ଼ି ପାଉଁଶ । ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଜଳେଶ୍ୱର ଥାନା ପଶ୍ଚିମବାଡ଼ ମାର୍କେଟରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି ।

ରାତି ପ୍ରାୟ ସାଢେ ୩ଟାରେ ପଶ୍ଚିମବାଡ଼ ମାର୍କେଟରେ ଥିବା ଏକ ଦୋକାନରେ କୌଣସି କାରଣରୁ ନିଆଁଲାଗି ଜଳିବାକୁ ଲାଗିଥିଲା । ପରେ ନିଆଁ କ୍ରମଶଃ ପାଖ ଦୋକାନକୁ ବ୍ୟାପିଥିଲା । ନିଆଁର ମାତ୍ରା ଏତେ ପ୍ରଖର ଥିଲା ଯେ, ୧୫ରୁ ଅଧିକ ଦୋକାନ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ସ୍ଥାନୀୟ ଲୋକମାନେ ଜଳେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚିବାପରେ ଦୀର୍ଘ ଦୁଇ ଘଣ୍ଟା ପପରେ ନିଆଁ ଆୟତ୍ତ ହୋଇଥିଲା ।






