ଏ.କେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନଶୁଣାଣିରେ ମାଳମାଳ ଅଭିଯୋଗ

ଧରାକୋଟ : ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଧରାକୋଟ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ବିଭିନ୍ନ ଗ୍ରାମରୁ ଆସିଥିବା ଅଭିଯୋଗକାରୀମାନେ ପାନୀୟ ଜଳ, ରାସ୍ତାଘାଟ, ଭତ୍ତା, ଜମିଜମା, ବିଦ୍ୟୁତ, ଆବାସ ଯୋଜନା ସମେତ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଦାଖଲ କରିଥିଲେ।
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଲୋକଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।
ଗଣେଶ ପାଣିଗ୍ରାହୀ, ରିପୋର୍ଟ।






