ନୂଆଦିଲ୍ଲୀ,ଏ.କେ ବ୍ୟୁରୋ : : ଯଦି ଆପଣ ମୋବାଇଲକୁ ଋଣରେ ନେବାକୁ ଭାବୁଛନ୍ତି, ତ ଏହି ଖବର ଆପଣଙ୍କ ପାଇଁ। ପ୍ରକୃତ କଥା ହେଲା, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୋବାଇଲ ଫୋନ୍ ଲୋନ୍ (ଋଣ)ସହ ଜଡ଼ିତ ଡିଫଲ୍ଟ ମାମଲାରେ ଏକ ନୂଆ ଡ୍ରାଫ୍ଟ ନିୟମ ଜାରି କରିଛନ୍ତି। ଏହି ମୁତାବିକ , ଯଦି କୌଣସି ଗ୍ରାହକ ମୋବାଇଲ କ୍ରୟ କରିବା ପାଇଁ ନେଇଥିବା ଲୋନ ପୈଠ ନକରନ୍ତି, ତ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଫୋନର କିଛି ସୁବିଧାକୁ ସୀମିତ କରି ପାରନ୍ତି। ନୂଆ ନିୟମ ୧ଅକ୍ଟୋବର ୨୦୨୬ରୁ ଲାଗୁ କରାଯିବାର ପ୍ରସ୍ତାବ ଅଛି। କହି ରଖୁଛୁ କି, ନିକଟତମ ବର୍ଷ ଗୁଡ଼ିକରେ ଅନେକ ଡିଜିଟାଲ ଲେଣ୍ଡର୍ ଓ ଫିନଟେକ୍ କମ୍ପାନୀମାନେ ମୋବାଇଲ ଫାଇନେନ୍ସିଂ ବେଳେ ଟେକ୍ନିକାଲ ମାଧ୍ୟମରେ ଫୋନକୁ ବ୍ଲକ୍ କରିବାର ସୁବିଧାର ବ୍ୟବହାର କରୁ ଥିଲେ। ଏବେ ରିଜର୍ଭ ବ୍ୟାଙ୍କ ଏହାକୁ ଔପଚାରିକତା ଭାବେ ପରିଚାଳନା କରିବାକୁ ଚାହୁଁଛି।
ବ୍ୟାଙ୍କକୁ ଫୋନ୍ କଣ୍ଟ୍ରୋଲ କରିବା ପାଇଁ କିଛି ଦୃଢ ନିୟମର ପାଳନ କରିବାକୁ ହେବ। ଆରବିଆଇ ଏହା ସ୍ପଷ୍ଟ କରିଛି ଯେ, ଏମିତି ପ୍ରତିବନ୍ଧକ କେବଳ ସେତେବେଳେ ଲାଗୁ କରାଯାଇ ପାରେ , ଯେବେ ଲୋନର ବ୍ୟବହାର ବିଶେଷ ସ୍ତରରେ ସେହି ଡିଭାଇସର କ୍ରୟ ପାଇଁ କରାଯାଇ ଥିବ।
ଲୋନ୍ ଏଗ୍ରିମେଣ୍ଟରେ ଏମିତି କାର୍ଯ୍ୟାନୁଷ୍ଠାନର ସ୍ପଷ୍ଟ ଭାବେ ଅନୁମତି ହେବା ଉଚିତ୍ ଏବଂ ଏଥିରେ ସେହି ସ୍ଥିତିର ମଧ୍ୟ ସ୍ପଷ୍ଟ ଉଲ୍ଲେଖ ହେବା ଉଚିତ୍, ଯାହା ଅନୁସାରେ ପ୍ରତିବନ୍ଧକ ଲଗାଯାଇ ପାରେ। ଏହାସହ ହିଁ ଗ୍ରାହକଙ୍କୁ ଏହା ମଧ୍ୟ କୁହାଯିବା ଉଚିତ ଯେ, କେଉଁ କ୍ରମରେ କାର୍ଯ୍ୟାନୁଷ୍ଠାନ କରାଯିବ। ସେପଟେ, ଡିଫଲ୍ଟ ଠିକ୍ କରିବାର ସମୟ-ସୀମା କଣ ହେବ। ଯଦି ଲୋନ ନେଉଥିବା ଗ୍ରାହକଙ୍କୁ ଅଭିଯୋଗ କରିବାର ଅଛି ତ, ଏହାର କେଉଁ ଉପାୟରେ ଉପଲବ୍ଧ ହେବ, ଏହା ବିଷୟରେ ମଧ୍ୟ ଅବଗତ କରିବା ଜରୁରୀ।
ଡ୍ରାଫ୍ଟ ନିୟମରେ ଏହା କୁହାଯାଇଛି ଯେ, ଋଣଦାତାମାନେ ପ୍ରତିବନ୍ଧକ ସେତେବେଳେ ଆରମ୍ଭ କରି ପାରନ୍ତି,ଯେବେ ଆକାଉଣ୍ଟ ୯୦ ଦିନରୁ ଅଧିକ ସମୟ ଯାଏ ବକେୟା ଥିବ ଏବଂ ଋଣଗ୍ରହୀତାଙ୍କୁ ଅନେକ ନୋଟିସ୍ ଜାରି କରାଯାଇ ଥିବ। ବ୍ୟାଙ୍କଗୁଡ଼ିକୁ ସର୍ବପ୍ରଥମେ ଏକ ନୋଟିସ୍ ଜାରି କରିବାକୁ ପଡିବ, ଯେବେ ଋଣ ୬୦ ଦିନରୁ ଅଧିକ ସମୟ ଯାଏ ବକେୟା ଥିବ, ଯେଉଁଥିରେ ଋଣଗ୍ରହୀତାଙ୍କୁ ଡିଫଲ୍ଟ ଠିକ୍ କରିବା ପାଇଁ ଅତି କମରେ ୨୧ ଦିନର ସମୟ ଦିଆଯିବ। କୌଣସି ବି ପ୍ରତିବନ୍ଧକ ଲାଗୁ କରିବା ପୂର୍ବରୁ, ଦ୍ଵିତୀୟ ନୋଟିସ୍ ଦେବା ମଧ୍ଯ ଆବଶ୍ୟକ ହେବ, ଯେଉଁଥିରେ ଆହୁରି ସାତ ଦିନ ସମୟ ପ୍ରଦାନ କରାଯିବ।

ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ଏହା ଯେ, ଆରବିଆଇ , ଜରୁରୀ ସେବା ଗୁଡ଼ିକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ଉପରେ ରୋକ୍ ଲଗେଇଛି। ଇଣ୍ଟରନେଟ ଆକ୍ସେସ୍ , ଇନକମିଂ କଲ୍ , ଏମର୍ଜେନ୍ସି ଏସଓଏସ ଓ ସରକାରୀ କିମ୍ୱା ସାର୍ବଜନିକ ସୁରକ୍ଷା ସହ ଜଡ଼ିତ ବାର୍ତ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ। ଆରବିଆଇ ଋଣଦାତାଙ୍କୁ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛି ଯେ, ସେ ଡିଭାଇସକୁ ତୁରନ୍ତ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପରିବର୍ତ୍ତେ ଗ୍ରାଜୁଏଟେଡ୍ ଆପ୍ରୋଚ୍ ଆପଣାନ୍ତୁ। ଡ୍ରାଫ୍ଟ ନିର୍ଦ୍ଦେଶ ଗୁଡ଼ିକରେ ଏହା ମଧ୍ୟ କୁହାଯାଇଛି ଯେ,ଯେମିତି ହିଁ ଋଣଗ୍ରହୀତା ବକେୟା ଶୁଝି ଦେବେ, ଋଣଦାତାଙ୍କୁ ଗୋଟିଏ ଘଣ୍ଟା ଭିତରେ ପ୍ରତିବନ୍ଧକ ହଟେଇବା ହେବ। ଯଦି ଭୁଲରେ ବ୍ଲକିଂ ହୋଇଯାଏ କିମ୍ୱା ଫକ୍ସନାଲିଟିକୁ ଜାରି କରିବାରେ ବିଳମ୍ୱ ହୁଏ ତ ଋଣଦାତାଙ୍କୁ ସମସ୍ୟା ସମାଧାନ ହେବା ଯାଏ , ଘଣ୍ଟା ପ୍ରତି ୨୫୦ଟଙ୍କା ହିସାବରେ କ୍ଷତିପୂରଣ ଦେବାକୁ ହେବ। ଋଣର ସମ୍ପୂର୍ଣ୍ଣ ପରିଶୋଧ ପରେ, ଫୋନ୍ ନିୟନ୍ତ୍ରଣ କରୁଥିବା ସଫ୍ଟୱେର୍ ତୁରନ୍ତ ହଟାଇବା ମଧ୍ୟ ବାଧ୍ୟତାମୂଳକ ହେବା






