ଏ.କେ ବ୍ୟୁରୋ : ଜମି ପଡ଼ିଆ ପଡ଼ିଛି । ହିଡ଼ ପାଖ ଘାସ, ଲଟାକୁ କୋଡ଼ିକୋଦାଳ ଧରି ସଫା କରୁଛି ଚାଷୀ । ଏପଟେ ବିଲରେ ଚାଷୀ ନିରାଶ ହୋଇ ବସିପଡ଼ିଛି । ଅଖିମୁଠି ଅନକୂଳଠୁ ସାବିତ୍ରୀ ଅମାବାସ୍ୟା ଆସିଲା । ହେଲେ ଆରମ୍ଭ ହୋଇପାରୁନି ଚାଷ କାମ । ତେଲ ଅଭାବରୁ ଗଡୁନି ଟ୍ରାକ୍ଟର । ଜମି ହଳ ହୋଇପାରୁନି ଆଣ୍ତାମାନ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ ପୂର୍ବ ଆରବ ସାଗରରେ କିଛି ଅଂଚଳରେ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ–ପୂର୍ବ ବଙ୍ଗୋପସାଗରରେ ଛୁଇଁଲା ମୌସୁମୀ ।
ଆଣ୍ତାମାନ ସାଗରର କିଛି ଅଂଶରେ ମଧ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଓଡ଼ିଶାକୁ ଏଥର ସହଳ ମୌସୁମୀ ଆସିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଆଗୁଆ ଆଣ୍ଡାମାନ ଛୁଇଁଛି ମୌସୁମୀ । ଓଡ଼ିଶାକୁ ବି ଶୀଘ୍ର ଆସିବ ବୋଲି ଆକଳନ କରାଯାଉଛି । ହେଲେ କୃଷିକ୍ଷେତ୍ର ଉପରେ ଯୁଦ୍ଧର ପ୍ରଭାବ ଏମିତି ପଡ଼ିଛି ଯେ ଚାଷ କାମ ଆରମ୍ଭ କରିପାରୁ ନାହାନ୍ତି ଓଡ଼ିଶାର ଚାଷୀ । ମାଟି ଚଷା ହୋଇପାରୁନି କି ଖରିଫ ବୁଣାବୁଣି ଆରମ୍ଭ ହୋଇନି । ଚାଷ କାମ ବିଳମ୍ୱ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଜମି ପଡ଼ିଆ ପଡ଼ିଛି । ହିଡ଼ ପାଖ ଘାସ, ଲଟାକୁ କୋଡ଼ିକୋଦାଳ ଧରି ସଫା କରୁଛି ଚାଷୀ । ଏପଟେ ବିଲରେ ଚାଷୀ ନିରାଶ ହୋଇ ବସିପଡ଼ିଛି । ଅଖିମୁଠି ଅନକୂଳଠୁ ସାବିତ୍ରୀ ଅମାବାସ୍ୟା ଆସିଲା । ହେଲେ ଆରମ୍ଭ ହୋଇପାରୁନି ଚାଷ କାମ । ତେଲ ଅଭାବରୁ ଗଡୁନି ଟ୍ରାକ୍ଟର । ଜମି ହଳ ହୋଇପାରୁନି । ଜମି ଚଷିବାକୁ ଟ୍ରାକ୍ଟର ମାଲିକଙ୍କୁ ଡାକିଲେ ଡିଜେଲ ନାହିଁ କହି ମନା କରୁଛନ୍ତି । ଯାଜପୁର ବରୀ, ନିଆଳି, କେନ୍ଦ୍ରାପଡ଼ା ଅଞ୍ଚଳରୁ ଆସିଛି ସମାନ ଅଭିଯୋଗ । ସରକାର ଚାଷ କାମ ପାଇଁ ଡିଜେଲ ଯୋଗାଇ ଦେବାକୁ ଦାବି ହୋଇଛି ।






