ବୁଗୁଡା :ଆଶିଷ କୁମାର ଖାଡଙ୍ଗା
ଗ୍ରାମାଞ୍ଚଳ ର ବିକାଶ ତଥା ଗମନା ଗମନର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ବ୍ୟୟ ବରାଦ କରିଥାନ୍ତି।ହେଲେ ସରକାର କା ମାଲ ଦରିଆ ମେ ଡାଲ୍ ନୀତିରେ କେଉଁଠି ପ୍ରଶାସନ ତ’ ଆଉ କେଉଁଠି ଠିକାଦାରଙ୍କ ଲାଭ ଖୋର ମନୋଭାବ ଯୋଗୁଁ ନିମ୍ନମାନ ର ରାସ୍ତା ନିର୍ମାଣ କରାଯାଉଛି,ରାସ୍ତା ନିର୍ମାଣର ସପ୍ତାହେ ଭିତରେ ପିଚୁ ଉଠି ଗଲାଣି ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି,
ଗ୍ରମ୍ୟ ନିର୍ମାଣ ବିଭାଗ ଓଡ଼ଶା ସରକାର ପ୍ରକଳ୍ପ ଅନୁଦାନ ପ୍ରାପ୍ତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ବାରା ଲାଗିଥିବା ସୂଚନା ଫଳକ ଅନୁଯାୟୀ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ମୋଟାବାଡି, କୁଞ୍ଜବନ, ଗୌଡିଆ ବରୋଦା, ଗାନ୍ଧୀନଗର ସମୁଦାୟ ରାସ୍ତା ୫.୩୭୭ କିମି ରାସ୍ତା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରେ କାମ ଚାଲିଥିବା ବେଳେ ନିମ୍ନ ମାନର ପିଚୁ କାମ ସହ ବହୁ ପତଳାରେ ପିଚୁ ପକାଯାଉଥିବା ଦେଖିବାକୁ ମିଳୁଛି, ଠିକାଦାର ଓ ବିଭଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଳିଛି କି ରାସ୍ତା ନିର୍ମାଣ ? ଏଠି ପ୍ରଶ୍ନ ଉଠୁଛି ବିଭାଗୀୟ ଅଧିକାରୀ ଉପସ୍ଥିତରେ ଉକ୍ତ କାମ ହେଉଥିଲା ନା’ ଠିକାଦାର ମନଇଛା କାମ କରୁଛନ୍ତି।

ଯଦି ବିଭାଗୀୟ ଯନ୍ତ୍ରୀ କର୍ଯ୍ୟ ତଦାରଖ କରୁଥିଲେ। ତାହାହେଲେ ରାସ୍ତାର ଅବସ୍ଥା ଏଭଳି କିପରି ହେଲା ? ଯାହା କି ବିଭାଗୀୟ କର୍ତ୍ତୃପକ୍ଷଙ୍କ କାଯ୍ୟା ଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚି ସୃଷ୍ଟି କରୁଛି ? କୌଣସି ଯନ୍ତ୍ରୀ କିମ୍ୱା ପ୍ରଶାସନ ର ଦେଖା ମିଳୁନାହିଁ ଯାହା ଫଳରେ ଏହି ରାସ୍ତା ନିର୍ମାଣ କୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି ଯଦି ଆଗାମୀ ଦିନରେ ଏହି ରାସ୍ତା କାମ ଉନ୍ନତ ମାନର ନ ହୁଏ ପରବର୍ତ୍ତୀ ସମୟରେ ଅଞ୍ଚଳବାସୀ ରାସ୍ତା ଅବରୋଧ ସହ ଜନ ଆନ୍ଦୋଳନ କରିବା ନେଇ ଚର୍ଚ୍ଚା ଜୋର ଧରିଛି।






