ଏ.କେ ବ୍ୟୁରୋ : ସରପଞ୍ଚ ଚାମେଲି ଓଝାଙ୍କୁ ସରପଞ୍ଚ ସଂଘର ସମର୍ଥନ । କେନ୍ଦ୍ରାପଡ଼ା ଜିଲ୍ଲା ତିିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଇଛି ମହାକାଳପଡ଼ା ପୋଲିସ । କେବଳ ଚାମେଲି ନୁହନ୍ତି ତାଙ୍କ ଭାଇଙ୍କୁ ମଧ୍ଯ ନିଜ ହେପାଜତକୁ ନେଇଛି ପୋଲିସ । ଚାମେଲିଙ୍କ ଭାଇଙ୍କୁ ଗିରଫ ପରେ ତେଜିଲା ଅସନ୍ତୋଷ । ଆଜି ଏସପି ଅଫିସ ଘେରାଉ କରିବ ଜିଲ୍ଲା ସରପଞ୍ଚ ସଂଘ । ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯିବ। ଚାମେଲିଙ୍କୁ ନ୍ୟାୟ ନମିଳିଲେ ସଂଘ କାର୍ଯ୍ୟରୁ ବିରତ ରହିବ । ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ଚେତାବନୀ ଦିଆଯାଇଛି।
ମହାକାଳପଡ଼ା ବ୍ଲକରେ ଚାଲିଥିବା ଏକ ପ୍ରଶାସନିକ ବୈଠକରେ ଭିତରକୁ ପଶି BDOଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଚାମେଲିଙ୍କୁ ଉଠାଇ ନିଆଯାଇଥିବା କହିଛି ପୋଲିସ। ଅପରପକ୍ଷେ ଘଟଣା ବେଳେ କେହି ଦୁର୍ବୃତ୍ତ ତାଙ୍କ ଝିଅକୁ ମାଡ଼ ମାରି ଆହତ କରିଥିବାରୁ ତାଙ୍କ ଝିଅ ଚିକିତ୍ସାଧୀନ ଥିବା କହିଛନ୍ତି ଚାମେଲିଙ୍କ ବାପା ନିର ଓଝା l ତେବେ ଚାମେଲି ଓଝା ଗତ ମେ ମାସରେ ଏକ ଉଚ୍ଛେଦ ସମୟରେ ସରକାରୀ ବାବୁମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଯାହାର ଭିଡିଓ ଖୁବ ଭାଇରାଲ୍ ହୋଇଥିଲା। ଭିଡିଓରେ ଚାମେଲି ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଥାନାକୁ ନେବା ବାଟରେ ୩ ମହିଳା ପୋଲିସ ତାଙ୍କୁ ଭୀଷଣ ମାଡ ମାରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ମହାକାଳପଡ଼ା ବିଡିଓ ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଯୋଗୁ ଚାମେଲି ଓଝାଙ୍କ ଭାଇ ସୁର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।






