ଆଠଗଡ଼, ନରସିଂହପୁରରେ ଦୁର୍ବୁତ୍ତଙ୍କ ଖୋଲା ଚ୍ୟାଲେଞ୍ଜ ନରସିଂହପୁର ମେଡିକାଲରେ ସୁରକ୍ଷା ବ୍ୟବସ୍ଥା ଢିଲା, ସିସିଟିଭି ଅଚଳ ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଲୁଟିନେଲେ ଆକ୍ସିଜେନ କପର ପାଇପ୍ ଲାଇନ୍
ସୂଚନାରୁ ପ୍ରକାଶ ଯେ ନରସିଂହପୁର ମେଡିକାଲରେ ବିଶେଷ କରି କିଡ଼ନୀ ରୋଗୀ ଓ ଗୁରୁତର ରୋଗୀଙ୍କୁ ମାଗଣାରେ ଅକ୍ସିଜେନ ଯୋଗାଇ ଦେବା ପ୍ରାୟ ୬ ବର୍ଷ ପୂର୍ବେ ୧୨ଲକ୍ଷ ଟଙ୍କା ବ୍ୟୟରେ ଡିଜି ମେସିନ ସହିତ ପ୍ରାୟ ୩୬ଲକ୍ଷ ଟଙ୍କାରୁ ଅଧିକ ଯନ୍ତ୍ରାନ୍ସ ବାହାରେ ପଡ଼ି ଖତ ଖାଉଛି।

ଅକ୍ସିପ୍ଲାଣ୍ଟ ଠାରୁ ମେଡିକାଲ ରୋଗୀ ୱାର୍ଡ ଓ କିଡ଼ନୀ ଡାଇଲିସିସି କେନ୍ଦ୍ର ପର୍ଯ୍ୟନ୍ତ ଦୁଇ ଲାଇନରେ ଯାଇଥିବା ପ୍ରାୟ ୨୦ ମିଟର ଲକ୍ଷାଧିକ ଟଙ୍କାର କପର ଅକ୍ସିଜେନ ପାଇପ୍ ଲାଇନ୍ ଦୁର୍ବୁତ୍ତ ମାନେ ବୁଧବାର ବିଳମ୍ବିତ ରାତିରେ ଚୋରି କରି ନେଇଥିବା ନେଇ ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ଯେ ନରସିଂହପୁର ମେଡିକାଲରେ ସିସିଟିଭି କ୍ୟାମେରା ଲାଗିବା ସହ ସୁରକ୍ଷା କର୍ମୀ ମଧ୍ୟ ଅଛନ୍ତି, ଅକ୍ସିପ୍ଲାଣ୍ଟ ପାଚେରୀକୁ ଲାଗି ନରସିଂହପୁର ଥାନା ରହିଛି।
ମେଡିକାଲରେ ଗହଳ ଚହଳ ରହୁଥିବା ବେଳେ କିପରି ଏତେ ସବୁ ସୁରକ୍ଷା ବଳୟକୁ ଭେଦ କରି ମେଡିକାଲ ପରିସରରୁ ଚୋରି ହେଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।ପୂର୍ବରୁ ଗତବର୍ଷ ଜୁଲାଇ ମାସ ୨୯ ତାରିଖରେ ଦୁର୍ବୁତ୍ତ ମାନେ ପ୍ରାୟ ୨୦୦ମିଟର ଲକ୍ଷାଧିକ ଟଙ୍କାର ଏହି କପର ପାଇପ୍ ଲାଇନ ଚୋରି କରି ନେଇଥିଲେ।ଆଜି ପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ମିଳିଲାନି।ବର୍ଷେ ପରେ ପୁଣିଥରେ ଦୁର୍ବୁତ୍ତ ମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଏନେଇ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପ୍ରକାଶ କୁମାର ମିଶ୍ରଙ୍କୁ ପଚାରିବାରୁ କେହି ଅକ୍ସିଜେନ ପାଇପ୍ ଲାଇନ ଚୋରି କରି ନେଇଥିବା ଖବର ଆସିଛି, ପୂର୍ବରୁ ମଧ୍ୟ ଆଉଥରେ ଚୋରି ହୋଇଥିଲା।ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଲକ୍ଷାଧିକ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଅକ୍ସିପ୍ଲାଣ୍ଟ ଦୀର୍ଘ ୬ ବର୍ଷ ପରେ ମଧ୍ୟ କଣ ପାଇଁ କାର୍ଯ୍ୟକ୍ଷମ ହେଉନି ତାହାକୁ ନେଇ ସାଧାରଣରେ ନା ନା ପ୍ରଶ୍ନ ଉଠୁଛି। ତୁରନ୍ତ ଅକ୍ସି ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।






