ଏ.କେ ବ୍ୟୁରୋ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣାରେ ନାଇଡୁ କମିଶନ ରିପୋର୍ଟ ହଜିବା ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି ଜଷ୍ଟିସ ଏ.ଏସ ନାଇଡୁ । ୧୫ ଶହ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆଯାଇଥିଲା । ଏହା ଚୋରି ହେବା ସହଜ କଥା ନୁହେଁ । ରିପୋର୍ଟର ଦ୍ବିତୀୟ କପି ନାହିଁ । କନ୍ଧମାଳରେ ଧର୍ମାନ୍ତିକରଣ ଜୋର ଚାଲୁଥିଲା । ତାକୁ ନେଇ ଲକ୍ଷ୍ମଣାନନ୍ଦ ସ୍ୱର ଉତ୍ତୋଳନ କରୁଥିଲେ ତାପରେ ଦଙ୍ଗା ହୋଇଥିଲା । ୨୦୧୨ ରେ ନାଇଡୁ କମିଶନ ଦାଇତ୍ୱ ନେଇଥିଲି ତିନିବର୍ଷ ଧରି ତଦନ୍ତ ହୋଇଥିଲା । କମିଶନଙ୍କ ନିକଟରେ ଅନେକ ସାକ୍ଷୀ ଦେଇଛନ୍ତି । ବହୁତ ସାକ୍ଷୀଙ୍କୁ ଜେରା କରାଯାଇଛି ।
ମାଓ ନେତା ସବ୍ୟସାଚୀ ପଣ୍ଡା ଙ୍କୁ ସାକ୍ଷୀ ଦେବା ପାଇଁ ଡ଼କା ଯାଇଥିଲା ତାଙ୍କ ସ୍ତ୍ରୀ ଆସି ମଧ୍ୟ ସାକ୍ଷୀ ଦେଇଥିଲେ। ସବ୍ୟସାଚୀ ପଣ୍ଡା ଜେଲ ରେ ଥିବାରୁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ତଙ୍କୁ ଜେଲରୁ ଆଣି ସାକ୍ଷୀ ଦେବା ସରକାରଙ୍କ ପକ୍ଷରୁ ସମ୍ଭବ ହେଲା ନାହିଁ । ରିପୋର୍ଟ ପୁନରୁଦ୍ଧାର କରିବା ସମ୍ଭବ ନୁହେଁ ବୋଲି ଜଷ୍ଟିସ ଏ.ଏସ ନାଇଡୁ କହିଛନ୍ତି । ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଏ । ରିପୋର୍ଟକୁ ସାର୍ବଜନୀନ କରିବା କଥା । ତାହା କରାଯାଇନାହିଁ । ରିପୋର୍ଟ ସର୍ଵସାଧାରଣଙ୍କ ପାଇଁ ରିପୋର୍ଟ କେବଳ ସରକାରଙ୍କ ପାଇଁ ନୁହେଁ । ଗଛ ଲାଗିଲା ଫଳ ଟା ଖାଇ ପାରିଲେନି । ଏଥିପାଇଁ ଦୁଃଖିତ ବୋଲି ଜଷ୍ଟିସ ନାଇଡୁ କହିଛନ୍ତି । ରାଜ୍ୟ ଗୃହ ବିଭାଗର ଦୁଇଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ତଦନ୍ତ କମିଶନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ରେକର୍ଡରୁ ନିଖୋଜ ହୋଇଯାଇଥିବା ନେଇ ଆନୁଷ୍ଠାନିକ ଅଭିଯୋଗ ହୋଇଛି । ଗୃହ ବିଭାଗର ଯୁଗ୍ମ ସଚିବ ଘଟଣା ସମ୍ପର୍କରେ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏଫଆଇଆର ଦାଖଲ କରି ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।






