ଭୁବନେଶ୍ଵର, ଏ.କେ ବ୍ୟୁରୋ : ଖାଉଟିଙ୍କୁ ମହଙ୍ଗା ମାଡ଼। ୧୦ ଦିନରେ ୪ ଥର ବଢିଲାଣି ତେଲ ଦର। ଆଗକୁ ଆହୁରି ସାଙ୍ଘାତିକ୍ ସ୍ଥିତି। ୧୨୦ ଛୁଇଁବ ପେଟ୍ରୋଲ। ଲିଟର ପିଛା ବଢିବ ୧୨ ଟଙ୍କା।
ଆସନ୍ତା ୨୦ ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ଦର ସମାନ ହେବ। ଲିଟର ପିଛା ୧୨୦ ଟଙ୍କାକୁ ବୃଦ୍ଧି ପାଇବ। ଏନେଇ ଖାଉଟି ପ୍ରସ୍ତୁତ ରହିବାକୁ କହିଛନ୍ତି ନିଖିଳ ପେଟ୍ରୋଲିୟ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ।
ସୂଚନା ଥାଉକି, ୧୦ ଦିନରେ ପେଟ୍ରୋଲ ଦର ୪ ଥର ବଢି ୧୦୯ ଟଙ୍କା ଛୁଇଁସାରିଛି। ସେହିପରି ଡିଜେଲ ଦର ୧୦୦ ଟଙ୍କା ଉପରକୁ ରହିଛି। ହେଲେ ଏହା କିଛି ନୁହେଁ, କାରଣ ଆଗକୁ ଆହୁରି ଦର ବଢିବ। ଯୁଦ୍ଧ ସ୍ଥିତି ଥିବା ପର୍ଯ୍ୟନ୍ତ ତେଲ ମହଙ୍ଗା ହେବ। ଆଉ ଏହାର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଢିବ।

ଡିଜେଲ ଦର ବୃଦ୍ଧି ଦ୍ୱାରା ପରିବହନ ଦର ବଢିବ ଆଉ ଏହାର ସିଧା ପ୍ରଭାବ ହେବ ଦରଦାମ ପଡିବ। ଅନ୍ୟପଟେ ତେଲ ଦର ବାରମ୍ବାର ବୃଦ୍ଧି ପାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ। କାରଣ ସବୁ ଅଞ୍ଚଳକୁ ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବସ୍ଥା ନାହିଁ। ଜଳିକନ୍ଦିରୁ ମୁଖ୍ୟ ରାସ୍ତାକୁ ଯିବାକୁ ବିକଳ୍ପ ନାହିଁ। ତେଣୁ ବାଧ୍ୟ ହୋଇ ନିଜ ଗାଡି ବ୍ୟବହାର କରିବାକୁ ପଡୁଛି।
ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଛି। ବ୍ୟାରେଲ ପିଛା ଦର ୧୦୦ ଡଲାର ତଳକୁ ଖସିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିନାହିଁ । ବରଂ ଦେଶରେ ତୈଳ ଦର ବୃଦ୍ଧି ପାଇଛି। ତେଣୁ ତେଲ ଦର କେତେ ଦିନ ପର୍ଯ୍ୟନ୍ତ ବଢିବ ଏନେଇ କଣସି ସ୍ପଷ୍ଟ ଚିତ୍ର ନାହିଁ।..
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






