AK ୧୯ ବର୍ଷୀୟ ନରରାକ୍ଷାସ ଚଳାଇଥିବା ଭୟଙ୍କର କାଣ୍ଡର ପର୍ଦ୍ଦାଫାସ ହୋଇଛି। ନିଜର ନିରୀହ ଚେହେରାକୁ ଦେଖାଇ ସେ ୧୮୦ରୁ ଅଧିକ ନାବାଳିକାଙ୍କୁ ଦେଇଛି ଯୌନ ନିର୍ଯାତନା। ୩୫୦ରୁ ଅଧିକ ଅଶ୍ଳୀଳ ଭିଡିଓ ତିଆରି କରି ସେମାନଙ୍କୁ କରୁଥିଲା ବ୍ଲାକମେଲ। ବୟସ ମାତ୍ର ୧୯ ହେଲେ କାମ କୌଣସି ପେଶାଦାର ଅପରାଧ ଠାରୁ କମ ନୁହେଁ। ଏହି ୧୯ ବର୍ଷୀୟ ନରରାକ୍ଷାସ ଚଳାଇଥିବା ଭୟଙ୍କର କାଣ୍ଡର ପର୍ଦ୍ଦାଫାସ ହୋଇଛି। ନିଜର ନିରୀହ ଚେହେରାକୁ ଦେଖାଇ ସେ ୧୮୦ରୁ ଅଧିକ ନାବାଳିକାଙ୍କୁ ଦେଇଛି ଯୌନ ନିର୍ଯାତନା। ୩୫୦ରୁ ଅଧିକ ଅଶ୍ଳୀଳ ଭିଡିଓ ତିଆରି କରି ସେମାନଙ୍କୁ କରୁଥିଲା ବ୍ଲାକମେଲ।

ଦୀର୍ଘ ସମୟ ଧରି କିଶୋର ଜଣକ ଏପରି ରାକେଟ ଚଳାଇଥିବା ବେଳେ ତା’କୁ ମହାରାଷ୍ଟ୍ର ପୁଲିସ୍ ଅମରାବତୀରୁ ଗିରଫ କରିଛି। ଏହି ଯୁବକ ଜଣକ ନାବାଳିକାମାନଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଏହାକୁ ଭାଇରାଲ କରୁଥିଲା। ସେ ଗିରଫ ହେବା ପରେ ବିଭିନ୍ନ ମହଲରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ରାଜନୀତିକ ବୟାନବାଜୀ ମଧ୍ୟ ତୀବ୍ର ହୋଇଛି। କିଛି ସ୍ଥାନୀୟ ସଂଗଠନ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଆୟନ ଅହମଦ ତନବୀରର ରାଜନୀତିକ ଲିଙ୍କ ରହିଛି। ପୂର୍ବରୁ ସେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ ସହ ଜଡ଼ିତ ହୋଇ ରହିଥିଲା।
ସେ ୧୮୦ ଜଣ ନାବାଳିକାଙ୍କୁ ଟାର୍ଗେଟ କରିଥିବା ବେଳେ ୩୫୦ରୁ ଅଧିକ ଆପତ୍ତିଜନକ ଭିଡିଓ ରେକର୍ଡ କରିଛି। ହେଲେ ପୁଲିସ୍ ତା’ର ଶିକାର ବନିଥିବା କେବଳ ୮ ଜଣଙ୍କୁ ଏଯାଏ ଚିହ୍ନଟ କରିପାରିଛି । ଅମରାବତୀର ପାରାଟୱାଡା ଅଞ୍ଚଳରେ ତନବୀର ନିଜର କାଣ୍ଡ କାରନାମା ଚଳାଇଥିବା ଖବର ମିଳିବା ପରେ ଅମରାବତୀର ଗ୍ରାମାଞ୍ଚଳ ପୁଲିସ୍ ପ୍ରଥମେ ତା’କୁ ଉଠାଇ ନେଇଥିଲା। ଏହାପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୪ ସମେତ ପୋକସୋ ଓ ଆଇଟି ଆକ୍ଟରେ ମାମଲା ରୁଜୁ କରି ତା’କୁ ଗିରଫ କରାଯାଇଛି। ଗିରଫ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ପୁଲିସ୍ ତା’କୁ ଏପ୍ରିଲ ୨୧ ଯାଏ ରିମାଣ୍ଡରେ ଆଣିଛି।
ପୁଲିସ୍ ତା’ ମୋବାଇଲ ଫୋନକୁ ଜବତ କରିବା ସହ ଏକାଧିକ ଆପତ୍ତିଜନକ ଭିଡିଓକୁ ଠାବ କରିଛି। ଫରେନ୍ସିକ ଟିମ ଡିଲିଟ ହୋଇଥିବା ଆଉ କିଛି ଅତିରିକ୍ତ ତଥ୍ୟକୁ ମଧ୍ୟ ବାହାର କରିବାକୁ ଲାଗି ପଡ଼ିଛି । ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ ତନବୀର ପ୍ରଥମେ ନାବାଳିକାମାନଙ୍କ ସହ ବନ୍ଧୁତା କରୁଥିଲା, ସେମାନଙ୍କ ବିଶ୍ୱାସ ଜିତୁଥିଲା ଓ ପ୍ରଲୋଭିତ କରି ସେମାନଙ୍କ ସହ ସମ୍ପର୍କ ରଖୁଥିଲା। ନାବାଳିକାମାନଙ୍କୁ ନିଜ ଜାଲରେ ଫସାଇବା ପରେ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲା ଓ ସେମାନଙ୍କ ବିନା ଅନୁମତିରେ ଆପତ୍ତିଜନକ ଭିଡିଓ ରେକର୍ଡ କରୁଥିଲା।
ପରବର୍ତ୍ତୀ ଅବସ୍ଥାରେ ସେହି ଭିଡିଓଗୁଡ଼ିକୁ ଦେଖାଇ ସେ ସମସ୍ତଙ୍କୁ ଡରାଉଥିବା ଓ ବ୍ଲାକମେଲ କରି ନିଜ କାମ ହାସଲ କରୁଥିଲା। ତନବୀର ଅନେକ ନାବାଳିକାଙ୍କ ସହ ଏପରି କାଣ୍ଡ ଘଟାଇଥିବା ବେଳେ ପୁଲିସ୍ କେବଳ ୮ ଜଣଙ୍କୁ ହିଁ ଚିହ୍ନଟ କରିପାରିଛି। ଏବେ ଘଟଣାର ତଦନ୍ତ ଜୋରଦାର ହେଉଥିବାରୁ ଆଗକୁ ତନବୀର ବିରୋଧରେ ଅନେକ ପୀଡ଼ିତା ମୁହଁ ଖୋଲିବାର ସମ୍ଭାବନା ରହିଛି। ତଦନ୍ତରୁ ଜଣାପଡ଼ିଛି ଯେ ହ୍ୱାଟସଆପ ଓ ସ୍ନାପ ଚାଟରେ ରେ ମିଠାମିଠା କଥା କହି ନାବାଳିକାମାନଙ୍କୁ କରୁଥିଲା ଟାର୍ଗେଟ। ଆଉ ଝିଅମାନେ ଥରେ ଫସିଗଲେ ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ବଡ଼ ସହର ବୁଲାଇନେବାକୁ ଦେଉଥିଲା ଅଫର। ବାଳିକାମାନେ ରାଜି ହେବାପରେ ଏହି ଦୁର୍ଦ୍ଦାନ୍ତ ଅପରାଧୀ ଖେଳୁଥିଲା ସାଂଘାତିକ ଗେମ୍। ବିଭିନ୍ନ ସ୍ଥାନକୁ ନେଇ ସେମାନଙ୍କ ଅଶ୍ଳୀଳ ଭିଡିଓ ଶୁଟ୍ କରୁଥିଲା।
ଏହାକୁ ଦେଖାଇ ସେ ନାବାଳିକାଙ୍କୁ ବେଶ୍ୟାବୃତ୍ତି କରିବାକୁ ଧମକ ବି ଦେଉଥିଲା। ଭୟରେ ନିଜ ଇଜ୍ଜତ ବଂଚାଇବାକୁ ବହୁ ନାବାଳିକା ଏଥିରେ ରାଜି ହୋଇଯାଉଥିଲେ। ଆଉ ଯେଉଁ ମାନେ ରାଜି ହେଉ ନଥିଲେ ସେମାନଙ୍କ ଭିଡିଓକୁ ତନବୀର ସୋଶାଲ ମିଡିଆରେ ପୋଷ୍ଟ କରି ଭାଇରାଲ କରୁଥିଲା ଏ ରାକ୍ଷସ। ଏପରି ଭାବେ ଜଣେ କି ଦୁଇଜଣ ନୁହେଁ, ନିଜ ଜାଲରେ ତନବୀର ୧୮୦ ଜଣ ନାବାଳିକାଙ୍କୁ ଫସାଇଥିଲା। ଆଉ ୩୫୦ରୁ ଅଧିକ ପର୍ଣ୍ଣ ଭିଡିଓ ସେ ସୋଶାଲ ମିଡିଆରେ ଅପଲୋଡ କରିଥିଲା । ପୂରା ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ୍ ଏହି ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ତନବୀର ଧରିବା ସହ ତା’ ମୋବାଇଲ ଓ ଲାପଟପ୍ ଜବତ କରିଛି। ଅମରାବତୀ ଗ୍ରାମାଞ୍ଚଳ ଏସ୍ପି ବିଶାଳ ଆନନ୍ଦ ସିଙ୍ଗୁରୀ କହିଛନ୍ତି ଯେ ଭିଡିଓରେ ଥିବା ପୀଡ଼ିତାଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି ଓ ଭାଇରାଲ ବ୍ୟତୀତ ଆଉ କେତେ ଭିଡିଓ ତିଆରି ହୋଇଛି, ତା’ର ମଧ୍ୟ ଯାଞ୍ଚ କରାଯାଉଛି।
ଭିଡିଓ ରେକର୍ଡିଂ ଓ ଭାଇରାଲ ପଛରେ କୌଣସି ବଡ଼ ନେଟୱର୍କ ରହିଛି କି ନାହିଁ, ତା’ର ମଧ୍ୟ ଖୋଳତାଡ଼ ହେଉଛି। ପୀଡ଼ିତାଙ୍କୁ ସହାୟତା ଓ ଅଭିଯୋଗ କରିବା ପାଇଁ ପୁଲିସ୍ ପକ୍ଷରୁ ମହିଳା ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି । ତନବୀର ବ୍ୟତୀତ ଦ୍ୱିତୀୟ ଅଭିଯୁକ୍ତ ଉଜେର ଖାନ ଇକବାଲ ଖାନକୁ ମଧ୍ୟ ପୁଲିସ୍ କହିଛି। ଉଜେର ଅପରାଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେ ତନବୀରର ମୋବାଇଲରୁ ଆପତ୍ତି ଓ ଅଶ୍ଳୀଳ ଭିଡିଓ ଡାଉନଲୋଡ କରୁଥିଲା ଓ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରୁଥିଲା। ସେ ପ୍ରାୟ ୧୦୦ଟି ଭିଡିଓ ଭାଇରାଲ କରିଥିବା ଜଣାପଡ଼ିଛି।






