ବିଶ୍ୱ ଗୁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଙ୍କ ନିତି ଆଦର୍ଶ ଏବଂ ଭାରତୀୟ ଜନତା ପାଟିର ବିଚାରଧାରା ରେ ଅନୁପ୍ରାଣିତ ହୋଇ ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ବାହାଲିଆ ଶତାଧିକ ସମର୍ଥକମାନଙ୍କୁ ନେଇ ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଇଛନ୍ତି |

ଏହି ପରିପ୍ରେକ୍ଷୀରେ ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ମହାନ୍ତି ଙ୍କ ବୋରିକିନା ତିତିରା ସ୍ଥିତ ବାସଭବନ ରେ ଶତାଧିକ କର୍ମକର୍ତା ଉପସ୍ଥିତ ହୋଇଥିଲେ | ଶ୍ରୀ ଯୁକ୍ତ ମହାନ୍ତି ପୁଷ୍ପଗୁଚ୍ଛ ଦଳୀୟ ଟୋପି ଦେଇ ସମସ୍ତ କର୍ମକର୍ତା ଙ୍କୁ ବିଧିବଦ୍ଧ ଭାବେ ବିଜେପି ରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ବେଳେ ମାଛଗାଁ ଓଚିନ୍ଦା ଠାରେ ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଏବଂ ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ଙ୍କ ଉପସ୍ଥିତ ରେ ଶତାଧିକ ବିଭିନ୍ନ ଦଳ ର କର୍ମକର୍ତା ବିଜେପି ରେ ସାମିଲ ହୋଇଛନ୍ତି |ଆଗାମୀ ଦିନରେ ବିଜେପି କୁ ବିଶ୍ୱର ସର୍ବ ବୃହତ ଦଳ ଭାବେ ପରିଗଣିତ କରିବାକୁ ସଂକଳ୍ପ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ ଆପଣଙ୍କ ଖବର






