ଏ.କେ ବ୍ୟୁରୋ :: ଯୁଦ୍ଧ ସ୍ଥିତିରେ ତେଲର କମ ଖର୍ଚ୍ଚ ନେଇ ମୋଦିଙ୍କ ସମ୍ବୋଧନ ମେଡିଆରେ ଆସିବା ପରେ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଯାହାକୁ ନେଇ କଳାବଜାରୀ ବଢ଼ିବାରେ ଲାଗିଛି ।

ଏହାର ଫାଇଦା ଏବେ କିଛି ପେଟ୍ରୋଲ ପମ୍ପ ମାଲିକ ନେଉଥିବା ଅଭିଯୋଗ ହୋଇଛି । ଆଜି କଟକର ଏକ ଟାଙ୍କିରେ ତେଲ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଥିଲା । ଫଳରେ କଟକ କନିକା ଛକସ୍ଥିତ ପେଟ୍ରୋଲ ପମ୍ପରେ ଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ ଦେଖାଯାଇଥିଲା । ଚଢ଼ାଉ ପରେ ପମ୍ପ ମାଲିକଙ୍କ ମିଛ ଧରାପଡ଼ିଥିଲା । ତେଲ ଥାଇ ମଧ୍ୟ ଷ୍ଟକ୍ ନାହିଁ କହି ପମ୍ପ ବନ୍ଦ କରି ଥିଲେ ମାଲିକ । ୪୦୦୦ ଲିଟର ପେଟ୍ରୋଲ ଗଛିତ ରଖି ତେଲ ନ ଥିବା କହି ଥିଲେ ମାଲିକ । ଜିଲ୍ଲାପାଳଙ୍କ କଡ଼ା ପ୍ରଶ୍ନ “ସାଧାରଣ ଲୋକଙ୍କ ସମସ୍ୟାଠାରୁ ବଡ଼ ଇମରଜେନ୍ସି ଆଉ କ’ଣ ହୋଇପାରେ ? ତୁରନ୍ତ ଖୋଲିଲା ପମ୍ପ, ଜିଲ୍ଲାପାଳଙ୍କ ତାଗିଦ୍ ପରେ ଲୋକଙ୍କୁ ମିଳିଲା ତେଲ ।






