ଏ.କେ ବ୍ୟୁରୋ : ବିଶିଷ୍ଟ କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ । ସୁନ୍ଦରଗଡ଼ରେ କୋଇଲା ବ୍ୟବସାୟୀ ସଞ୍ଜୟ ନନ୍ଦଙ୍କ ଘର ଉପରକୁ ଗୁଳିମାଡ଼ । ଅଳ୍ପକେ ବର୍ତ୍ତିଛନ୍ତି ସୁରକ୍ଷାକର୍ମୀ ।

ଖଣିରେ ବେଆଇନ ଏଣ୍ଟ୍ରିକୁ ନେଇ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ପ୍ରଥମେ କାରରେ ଆସି ଝଗଡ଼ା କଲେ ଓ ପୁଣି ବାଇକରେ ଆସି ଗୁଳି ଫୁଟାଇ ଫେରାର ମାରିଲା ଯୁବକ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛି ।






