ଏ.କେ ବ୍ୟୁରୋ : ଦୁଇ ଦିନ ଧରି ଅଦିନିଆ ରଥଯାତ୍ରା । ଦକ୍ଷିଣ ଆଫ୍ରିକାର ଜୋହାନେସବର୍ଗରେ ସାଉଥ୍ ଆଫ୍ରିକା ଇସ୍କନ୍ ପକ୍ଷରୁ ଦୁଇ ଦିନ ଧରି ଅଦିନିଆ ରଥଯାତ୍ରା ପାଳନ କରାଯାଇଥିଲା । ୧୫ ଏବଂ ୧୬ ତାରିଖରେ ଆୟୋଜିତ ଏହି ରଥଯାତ୍ରାକୁ ନେଇ ଜୋହାନେସବର୍ଗର ଓଡ଼ିଆ ସମାଜ ନିଜର ଭାବନା ପ୍ରକାଶ କରିଥିଲେ ।

ଏହି ଅବସରରେ ଓଡ଼ିଆ ସମୁଦାୟର ପ୍ରତିନିଧିମାନେ ଇସ୍କନ୍ର ସଦସ୍ୟମାନଙ୍କ ସହିତ ସାକ୍ଷାତ କରି ନିଜର ଅନୁଭୂତି ଓ ଭାବନା ବ୍ୟକ୍ତ କରିଥିଲେ । ସେମାନେ କହିଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓଡ଼ିଆ ଲୋକଙ୍କ ଆସ୍ଥା, ପରମ୍ପରା ଓ ଭାବନା ସହ ଗଭୀର ଭାବରେ ଜଡ଼ିତ । ତେଣୁ ପାରମ୍ପରିକ ତିଥି ବ୍ୟତୀତ ଅନ୍ୟ ଦିନରେ ଅଦିନିଆ ରଥଯାତ୍ରା ପାଳନ କରାଯିବାକୁ ନେଇ ସେମାନେ ଦୁଃଖ ପ୍ରକାଶ କରିଥିଲେ ।






