ନୂଆଦିଲ୍ଲୀ,ଏ.କେ ବ୍ୟୁରୋ : ଏବେ ବିପଦରେ ତାଇୱାନର ଅସ୍ତିତ୍ୱ। ଆସନ୍ତା ପାଞ୍ଚ ବର୍ଷରେ ଚୀନ ଏହା ଉପରେ ଆତଙ୍କ ଖେଳାଇ ପାରେ। ଏହି ଚେତାବନୀ ଆଉ କେହି ନୁହେଁ, ନିଜେ ଟ୍ରମ୍ପଙ୍କ ପରାମର୍ଶଦାତା ମାନେ ଦେଇଛନ୍ତି। ଆମେରିକୀୟ ରାଷ୍ଟ୍ରପତିଙ୍କ ପରାମର୍ଶଦାତାଙ୍କ ଅନୁସାରେ , ଏହି ଗସ୍ତ ପରେ ଚୀନ , ତାଇୱାନ ଉପରେ ଆକ୍ରମଣ ପାଇଁ ଆଗକୁ ବଢିପାରେ। ଆମେରିକୀୟ ଖବରକାଗଜ ଏକ୍ସିୟସ ଏହି ବିଷୟରେ ସୂଚନା ଦେଇଛି। ଆମେରିକୀୟ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଚୀନର ଭାବନାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ମୁତାବିକ , ଆମେରକୀୟ ରାଷ୍ଟ୍ରପତି ଟ୍ରମ୍ପ ଓ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ମିଟିଂ ବେଳେ ମଧ୍ୟ ମାହୋଲ ଖୁବ୍ ଅଧିକ ସରଗରମ ଥିଲା।
ଟ୍ରମ୍ପଙ୍କ ଜଣେ ପରାମର୍ଶଦାତା କହିଛନ୍ତି ଯେ, ଶି ଜିନପିଙ୍ଗ ଦୁନିଆର ନକ୍ସାରେ ଚୀନର ଭୂମିକାକୁ ବଦଳାଇବାକୁ ଚାହାନ୍ତି। ଏହା ମୁତାବିକ , ସେ ଆମେରିକାକୁ ମଧ୍ୟ କହି ଦେଇଛନ୍ତି ଯେ, ଆମେ କୌଣସି ବିକଶିତ ଶକ୍ତି ନୁହେଁ। ଆମେ ଆପଣଙ୍କ ସହ ସମାନ ଓ ତାଇୱାନ ଆମର। ଆମେରିକୀୟ ରାଷ୍ଟ୍ରପତିଙ୍କ ପରାମର୍ଶଦାତା କହିଛନ୍ତି , ଏହି ଯାତ୍ରାରେ ଗୋଟେ କଥା ସ୍ପଷ୍ଟ ଯେ, ଆସନ୍ତା ପାଞ୍ଚ ବର୍ଷରେ ତାଇୱାନ ଟାର୍ଗେଟ୍ରେ ଅଛି।

ଆମେରିକୀୟ ପରାମର୍ଶଦାତାମାନେ ଏହି ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ତାଇୱାନ ଉପରେ ଚୀନର ଆକ୍ରମଣକୁ ଗ୍ଲୋବାଲ ଟକ୍ନୋଲଜି ଉପରେ କଣ ଖରାପ ପ୍ରଭାବ ପଡ଼ି ପାରେ। ସେ କହିଛନ୍ତି , ଆର୍ଥିକ ସ୍ତରରେ ପ୍ରସ୍ତୁତ ହେବାର କୌଣସି ରାସ୍ତା ନାହିଁ। ଚିପ୍ ସପ୍ଲାଇର ସ୍ଥିତିରେ ବ୍ୟାହାତ ଘଟିପାରେ। ଅନ୍ୟପଟେ , ଟ୍ରମ୍ପଙ୍କୁ ଯେବେ ପଚରା ଗଲା ଯେ, ସେ କଣ ତାଇୱାନ ପାଇଁ ୧୪ ବିଲିୟନ ଡଲାରର ଆମର୍ସ ଡିଲକୁ ଡିଲେ କରିବେ ? ଏହା ଉପରେ ତାଙ୍କର ଉତ୍ତର ଥିଲା ଯେ, ଏହି ମାମଲା ଏବେ ସଂପୂର୍ଣ୍ଣ ରୂପେ ଚୀନ ଉପରେ ନିର୍ଭରଶୀଳ। ଉଲ୍ଲେଖନୀୟ ଯେ, ୧୧ ବିଲିୟନ ଡଲାରର ଆମର୍ସ ପ୍ୟାକେଜ୍ ପୂର୍ବରୁ ହିଁ ଟ୍ରମ୍ପ ତାଇୱାନ ପାଇଁ ଆପ୍ରୁଭ କରି ସାରିଛନ୍ତି। ଆମେରିକୀୟ କଂଗ୍ରେସରେ ଗତ ଡିସେମ୍ୱରରେ ଏହା ଉପରେ ମୋହର ମଧ୍ୟ ଲାଗି ସାରିଛି।
ଏହାର ଜବାବରେ ଚୀନ ଲାଇଭ ଫାୟର ମିଲିଟ୍ରି ଏକ୍ସରସାଇଜ୍ କରିଥିଲା। ଟ୍ରମ୍ପଙ୍କ ସହ ସମ୍ମିଳନୀ ବେଳେ ମଧ୍ୟ ଚୀନ ତାଙ୍କ ସହ ସଂପର୍କରେ ଆମେରିକାକୁ ସବୁଠୁ ବଡ଼ ସହଯୋଗୀ କହିଥିଲା। ଟ୍ରମ୍ପ ମଧ୍ୟ ତାଇୱାନରେ ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଟାଣି ଥିଲେ। ସେ ତାଇୱାନର ବିଶ୍ୱ – ପ୍ରମୁଖ ମାଇକ୍ରୋଚିପ୍ ଉଦ୍ୟୋଗକୁ ଅନୁରୋଧ କରିଥିଲେ ଯେ, ସେମାନେ ଆମେରିକାକୁ ଆସନ୍ତୁ। ଟ୍ରମ୍ପ କହିଛନ୍ତି ମୁଁ ଚାହିଁବି ଯେ, ତାଇୱାନରେ ଚିପ୍ ପ୍ରସ୍ତୁତ କରୁଥିବା ଯେକେହି ଆମେରିକା ଆସନ୍ତୁ। ସେଠାରେ ତାଇୱାନ ମଧ୍ୟ ତୁରନ୍ତ ଉତ୍ତର ଦେଇଥିଲା। ତାଇୱାନ ପକ୍ଷରୁ କୁହାଯାଇଛି , ଆମେରିକାର ପଲିସି ଓ ତାଇୱାନ ଆଡ଼କୁ ଢଳିବାରେ କୌଣସି ହ୍ରାସ ଘଟି ନାହିଁ।






