ଏ.କେ ବ୍ୟୁରୋ : ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ପଂଚାୟତ କଂକଲା,ଡମ୍ବରୁଗଡ଼ ସ୍ଥିତ ସିଦ୍ଧଗୁରୁ ବାବା ମଠ ପରିଚାଳନା କମିଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ମଠର ମହନ୍ତ ତ୍ୟାଗୀ ସର୍ବେଶ୍ୱର ଦାସଜୀ ମହାରାଜ ଅଧକ୍ଷତା କରିଥିବାବେଳେ ବୌଦ୍ଧ ବୁଟୁପାଲି ସ୍ଥିତ ଶ୍ରୀରାଧା ମାଧବ ସେବାଶ୍ରମ ମୁଖ୍ୟ ଆଚାର୍ଯ୍ୟ ଆଦିତ୍ୟ ଦାସ ବ୍ରହ୍ମଚାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଠର ଇଷ୍ଟଦେବୀ ମା ଅନ୍ନପୂର୍ଣ୍ଣ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ ସମସ୍ତ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ l
ଉକ୍ତ ବୈଠକକୁ ସାଧୁ ରଘୁବୀର ଦାସ ଓ ସାଧୁ ଅଯୋଧ୍ୟା ଦାସଙ୍କ ସହଯୋଗକ୍ରମେ ବିଭିନ୍ନ ଆଲୋଚନାରେ ପୂର୍ବ ବିଶ୍ୱ ଶାନ୍ତି ଯଜ୍ଞ କମିଟି ସଭାପତି ତଥା ପ୍ରବକ୍ତା ଗୌରୀ ପ୍ରସାଦ ସାହୁ, ସମ୍ପାଦକ ମୟସେନ ରଣା, ମଠ ପରିଚାଳନା କମିଟି ସମ୍ପାଦକ ମନୋଜ କୁମାର ମହାକୁଡ଼, ସଦସ୍ୟ ଶିବ କର୍ମୀ, ଶ୍ରୀପତି ମହାକୁଡ଼, ଉତ୍ତମ କୁମାର ବେହେରା,ଦୁଷ୍ମନ୍ତ ପୃଷ୍ଟି, ଦିନେଶ କୁମାର ଅମାତ,ବିଦେଶୀ ସାହୁ,ଦିଲ୍ଲୀପ କୁମାର ମେହେର, ଶୁଶାନ୍ତ କୁମାର ସେଠି, ପୁର୍ଣଚନ୍ଦ୍ର ଭୋଇ, ଶଶୀ ମହାକୁଡ଼, ସୁବାସ ଗୁରୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ମୁଖ୍ୟ ଆଲୋଚନା ପ୍ରକାରେ ଇଷ୍ଟଦେବୀଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଚାନ୍ଦା ଭିକ୍ଷା କରିବାକୁ ଦୁଇ ଗୋଟି ଗୋଷ୍ଠୀ କରି ଦାୟିତ୍ୱ ଅର୍ପଣ କରାଯାଇଥିଲା l
ବୌଦ୍ଧରୁ କୃତ୍ତିବାସ ପଲିଆଙ୍କ ରିପୋର୍ଟ ଆପଣଙ୍କ ଖବର






