ଏ.କେ ବ୍ୟୁରୋ : ଅସହ୍ୟ ଗରମ ଅସ୍ତବ୍ୟସ୍ତ କରୁଛି । ତାତିର ତାଉ ଭୟର ବାତାବରଣ ସୃଷ୍ଟି କଲାଣି । ଅଂଶୁଘାତ ଅଭିଯୋଗ ବଢ଼ିଚାଲିଛି । ଏହା ଭିତରେ ସାମନାକୁ ଆସିଛି ଝାଡ଼ାବାନ୍ତି । ଏପ୍ରିଲରେ ଯାଜପୁର ଦଶରଥପୁରରେ ଭୀଷଣ ପରିସ୍ଥିତି ସୃଷ୍ଟି କରିଥିଲା । ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ବଢ଼ି ଚାଲିଛି । ଏପଟେ ପଶ୍ଚିମ ଓଡ଼ିଶାରେ ଘାତକ ହେଲାଣି ଡାଇରିଆ ।
ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪ଜଣଙ୍କ ମୃତ୍ୟୁ ହେବା ପରେ ସାରାରାଜ୍ୟରେ ଚହଳ ପଡ଼ିଛି ।
ଉପକୂଳ ଅସ୍ତରଂଗରେ ବି ବ୍ୟାପିଲାଣି ଝାଡ଼ାବାନ୍ତି । ଅସହ୍ୟ ଗରମ ଅସ୍ତବ୍ୟସ୍ତ କରୁଛି । ତାତିର ତାଉ ଭୟର ବାତାବରଣ ସୃଷ୍ଟି କଲାଣି । ଅଂଶୁଘାତ ଅଭିଯୋଗ ବଢ଼ିଚାଲିଛି । ଏହା ଭିତରେ ସାମନାକୁ ଆସିଛି ଝାଡ଼ାବାନ୍ତି । ଏପ୍ରିଲରେ ଯାଜପୁର ଦଶରଥପୁରରେ ଭୀଷଣ ପରିସ୍ଥିତି ସୃଷ୍ଟି କରିଥିଲା । ଏବେ ଝାରସୁଗୁଡ଼ାର ଲକ୍ଷନପୁର ଅତାବିରା ପଂଚାତୟତ ସୁନାଖାଏନ ଓ ସୁନ୍ଦରଗଡ଼ରେ ନୂଆଡ଼ିହି ଗାଁରେ ଝାଡାବାନ୍ତି ବ୍ୟାପିଛି । ଏକ ଦଶାହ ଭୋଜି ଖାଇବା ପରେ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏଯାଏଁ ୪ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ୨୦ରୁ ଅଧିକ ରୋଗୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସ୍ଥିତି ବିଗିଡିବା ଆଶଙ୍କା କରି ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସୁନାଖାଏନ ଗାଁରେ ପହଞ୍ଚିଛନ୍ତି । ସେଠାକାର ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଚି । ବ୍ଲିଚିଂ ପାଉଡର, ହାଲୋଜେନ୍ ଟାବଲେଟ୍, ଓଆରଏସ୍ ଓ ଆଇଭି ସାଲାଇନ୍ ବଣ୍ଟନ କରାଯାଇ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି ।
ଏପଟେ ପୁରୀ ଜିଲ୍ଳା ଅସ୍ତରଙ୍ଗ କାକଟପୁର ବ୍ଲକରୁ ଆସିଛି ଝାଡ଼ାବାନ୍ତି ବ୍ୟାପିବା ଖବର । ବହୁ ଲୋକ ଝାଡାଵନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଚାରି ଦିନ ଭିତରେ ରୋଗୀ ସଂଖ୍ୟା ବଢ଼ିଛି । ରାଜ୍ୟରେ ବଢ଼ିଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ସରକାରୀ ଭାବେ ଅଂଶୁଘାତ ମୃତ୍ୟୁସଂଖ୍ୟା ୩ ବୋଲି କୁହାଯାଇଛି । ହେଲେ ଚଳିତବର୍ଷ ଅଂଶୁଘାତରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଦେଶର ବିଭିନ୍ନ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ପ୍ରବଳ ଗ୍ରୀଷ୍ମଲହରୀ ଯୋଗୁଁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ୨୪ ଘଣ୍ଟାରେ ପ୍ରାୟ ୩୭ ଜଣଙ୍କ ଜୀବନ ଯାଇଛି ।






