ଏ.କେ ବ୍ୟୁରୋ : ପୁଣି ବଢ଼ିଲା ରାହୁଲଙ୍କ ଅଡୁଆରେ । ମୋଦି ଓ ଶାହଙ୍କୁ ଦେଶଦ୍ରୋହୀ କହି ଅଡୁଆରେ ରାହୁଲ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରାୟବରେଲି ଦେୱାନୀ ଅଦାଲତରେ ମାମଲା ରୁଜୁ ହୋଇଛି । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ରାହୁଲ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।
ଶକିଲ୍ ଅହମ୍ମଦ ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ରାୟବରେଲି ଗସ୍ତ ବେଳେ ରାହୁଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ‘ଦେଶଦ୍ରୋହୀ’ ଓ ‘ନୌଟଙ୍କି’ କହି କଟାକ୍ଷ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୧୫ ତାରିଖରେ ହେବ । ରାହୁଲଙ୍କ ଦେଶଦ୍ରୋହୀ ହି ମନ୍ତବ୍ୟକୁ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀର ଏକ ଥାନାରେ ମଧ୍ୟ ଏଫଆଇଆର ରୁଜୁ ପାଇଁ ଦାବି ହୋଇଛି ।






