ଏ.କେ ବ୍ୟୁରୋ : ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଅଧିକ ମାସ ବା ମଳ ମାସ ଶୁକ୍ଳ ପକ୍ଷ ତିଥିରେ ପଡୁଛି ପଦ୍ମିନୀ ଏକାଦଶୀ । ଏହି ଏକାଦଶୀ ବ୍ରତ ସବୁ ବ୍ରତ ମଧ୍ୟରେ ଶ୍ରେଷ୍ଠ । ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଧିକ ମାସରେ ହିଁ ଏହି ବ୍ରତର ମହତ୍ତ୍ୱ ଏବଂ ଅଧିକ ଗୁରୁତ୍ୱ ରହିଥାଏ । ଏହି ଦିନ ବ୍ରତ ରଖିବା ଦ୍ୱାରା ବିଷ୍ଣୁ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।
ପଦ୍ମିନୀ ଏକାଦଶୀ ବ୍ରତ ଦିନ ସକାଳୁ ଜଲଦି ସ୍ନାନ କରିବା ପରେ ପୂଜା ସ୍ଥଳେ ବସି ବ୍ରତର ସଂକଳ୍ପ ନିଅନ୍ତୁ । ଏହା ପରେ ପୂଜା କାର୍ଯ୍ୟ ଆରମ୍ଭ ଆରମ୍ଭ କରନ୍ତୁ । ଏହି ସମୟରେ ବିଷ୍ଣୁ ପୁରାଣ ପଢନ୍ତୁ । ଏହି ବ୍ରତ କରିବା ସମୟରେ ରାତିରେ ମଧ୍ୟ ଭଗବାନ ବିଷ୍ଣୁଙ୍କ ପୂଜା କରିପାରିବେ । ଏଥିପାଇଁ ରାତିରେ ଭଜନ କିମ୍ବା କୀର୍ତ୍ତନ କରିବା ଦରକାର। ବ୍ରତର ପ୍ରତି ପ୍ରହରରେ ପୂଜାର ବିଧାନ ରହିଛି । ଏକାଦଶୀ ବ୍ରତରପୂଜା ସମାପ୍ତ ମଧ୍ୟ ବିଧିବିଧାନ ସହିତ ହେବା ଜରୁରୀ, ତା’ ପରେ ହିଁ ଏହାର ଫଳ ମିଳିଥାଏ ।






