ଏ.କେ ବ୍ୟୁରୋ : ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା। ଦୁଇ ଦିନିଆ ରିମାଣ୍ଡରେ୨ ଅଭିଯୁକ୍ତ ମୁକେଶ ସାହୁ ଓ ସୁମିତ ସିଂ ସୁନୀଲ ରାଜପୁତ। ପ୍ରଥମ ଦିନରେ ଏଏସ୍ପି ଆଲୋକ ଜେନା, ସଦର ଏସ୍ଡି ପିଓ ଶୁଭ୍ରାଂଶୁ ଶେଖର ପରିଡା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିଛନ୍ତି।
ଆଜି ଉଭୟ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୁଲିସ। ଭାବିନାରାୟଣପୁର ବଣଗାଁ – ମଣ୍ଡିଆପଲ୍ଲୀ ରାସ୍ତାରସିନ୍ ରିକ୍ରିଏସନ୍ କରାଯାଇଛି। ଅପହରଣ ସ୍ଥାନରେ ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ। ସୁଧୀର ପାତ୍ରଙ୍କୁ କେମିତି କେମିତି ଅପହରଣ କରିଥିଲା ନେଇ ଡେମୋ ଦେଖାଇଥିଲା ସୁମିତ ସିଂ ସୁନୀଲ ରାଜପୁତ। ଅନ୍ୟଜଣେ ଅଭିଯୁକ୍ତ ମୁକେଶ ସାହୁ ପୁଲିସ ଗାଡ଼ିରେ ବସିଥିଲା। ଅପହରଣ ଓ ହତ୍ୟାକାଣ୍ଡର ଟିକିନିଖୁ ତଥ୍ୟ ସଂଗ୍ରହ କରିଛି ପୁଲିସ। ସଦର ଏସଡ଼ିପି ଓ ସୁଧାଂଶୁ ଶେଖର ପରିଡା ଗୋପାଳପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ଲେଙ୍କାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ସୁଧୀର ପାତ୍ର ହତ୍ୟା ଘଟଣାରେ ୯ ଜଣ ଅଭିଯୁକ୍ତ ସୁଧୀରଙ୍କ ଝିଆରି ନିବେଦିତା ପାତ୍ର, ତାଙ୍କ ପୁତୁରାା ତୁଷାର କୁମାର ପାତ୍ର, ନିବେଦିତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା ଅଞ୍ଚଳର କଳିଆ ଓରଫ କାଳୁ ଚରଣ ପ୍ରଧାନ, ବୁଗୁଡ଼ା ଥାନା ବି.ବ୍ରହ୍ମପୁରର ଟିଲୁ ଓରଫ ଆଶିଷ ମହାପାତ୍ର, ବୁଗୁଡ଼ାର ନାୟାୟଣ ପ୍ରଧାନ, ହିଞ୍ଜିଳି ଥାନା ଅନ୍ତର୍ଗତ ସାମଳାଇ ନଗର ଶୁଭମ ନାୟକ, ଶୁଭମ ଗୌଡ଼, ଉତ୍ତରପ୍ରାଦର ବାରଣାସୀର ସୂର୍ଯ୍ୟ ପ୍ରତାପ ସିଂ ଓ ହିଞ୍ଜିଳିକାଟୁ ଥାନା ଆଲିପୁର ଜିତୁନ୍ ପଲେଇକୁ ପୁଲିସ କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ଫେରାର ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କ ସହ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ମୋଟ ଚାରିଜଣଙ୍କୁ ରାଜସ୍ଥାନରୁ ଗିରଫ କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ବ୍ରହ୍ମପୁର ନେଇ ଆସୁଥିଲା। ଗତ ୨୪ ତାରିଖ ସନ୍ଧ୍ୟାରେ ରତନପୁରରେ ରଞ୍ଜନ ଓ ସରୋଜ ପରିଶ୍ରା କରିବାକୁ ଯିବାକୁ କହି ପୁଲିସ ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ପୁଲିସ ଏନ୍କାଉଣ୍ଟରରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ଆହତ ହୋଇ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।






