ଏ.କେ ବ୍ୟୁରୋ : ବିବାହ ପରେ କନ୍ୟା ଏବଂ ତାଙ୍କ ପରିବାରକୁ ଅପମାନିତ କରିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି କୋର୍ଟ କହିଛନ୍ତି । ପୁଅମାନେ ଝିଅମାନଙ୍କୁ ବିବାହ କରି ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ କାହିଁକି ବେଇଜ୍ଜତ କରନ୍ତି ବୋଲି ପ୍ରଶ୍ନ କରିବା ସହ ଏପରି ପ୍ରବୃତ୍ତି ବନ୍ଦ ହେବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ।
ଯୌତୁକ ନିର୍ଯାତନା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିବାହ ପରେ କନ୍ୟା ଏବଂ ତାଙ୍କ ପରିବାରକୁ ଅପମାନିତ କରିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି କୋର୍ଟ କହିଛନ୍ତି । ପୁଅମାନେ ଝିଅମାନଙ୍କୁ ବିବାହ କରି ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ କାହିଁକି ବେଇଜ୍ଜତ କରନ୍ତି ବୋଲି ପ୍ରଶ୍ନ କରିବା ସହ ଏପରି ପ୍ରବୃତ୍ତି ବନ୍ଦ ହେବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ।
ଜଷ୍ଟିସ ବିଭି ନାଗରତ୍ନ ଏବଂ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଛତିଶଗଡ଼ର ଏକ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଏହି ମାମଲାରେ ବିବାହର ମାତ୍ର ତିନି ବର୍ଷ ମଧ୍ୟରେ ଜଣେ ମହିଳାଙ୍କର ଶ୍ୱଶୁର ଘରେ ମୃତ୍ୟୁ ଘଟିଥିଲା ଏବଂ ତାଙ୍କୁ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ନିମ୍ନ ଅଦାଲତର ଦଣ୍ଡକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଜଷ୍ଟିସ ନାଗରତ୍ନ କହିଛନ୍ତି , ଆପଣ ଖୁସି ହୁଅନ୍ତୁ ଯେ ଆପଣଙ୍କୁ ମାତ୍ର ତିନି ବର୍ଷର ଜେଲ୍ ଦଣ୍ଡ ମିଳିଛି । ବିବାହ ପରେ କନ୍ୟା ଘରକୁ ଆର୍ଥିକ ସ୍ତରରେ ଶୋଷଣ କରିବାର ପ୍ରକ୍ରିୟାକୁ କୋର୍ଟ ଦୃଢ଼ ସମାଲୋଚନା କରିଛନ୍ତି ।






