କଣ୍ଟାମାଳ: ଏ.କେ ବ୍ୟୁରୋ : କୁଳୁତାଯୋର କ୍ଲଷ୍ଟର ଅନ୍ତର୍ଗତ ଫାସେଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବୈଦ୍ୟନାଥ ପାଢ଼ୀ ଏବଂ ନୂଆପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଜି ଅନୁଷ୍ଠିତ ହୋଇଯାଇଛି
ଦୀର୍ଘ ଦିନରୁ ଅଧିକ ସମୟ ଧରି ଏଇ ଦୁଇ ଗୁରୁ ନିରବରେ ଦୀପ ପରି ଜଳି ଶହ ଶହ ଛାତ୍ରଛାତ୍ରୀଙ୍କ ଜୀବନ ଆଲୋକିତ କରିଛନ୍ତି। ଶ୍ରୀ ପାଢ଼ୀ ଫାସେଡ ବିଦ୍ୟାଳୟକୁ ଶୃଙ୍ଖଳା ଓ ଶିକ୍ଷାର ମନ୍ଦିର କରି ଗଢ଼ିତୋଳିଥିବା ବେଳେ, ଶ୍ରୀ ସାହୁ ନୂଆପାଲୀ ବିଦ୍ୟାଳୟର ଭିତ୍ତିଭୂମି ଓ ପାଠପଢାର ଗୁଣବତ୍ତା ଉନ୍ନତ କରିବାରେ ସବୁବେଳେ ଅଗ୍ରଣୀ ଭୂମିକା ନେଇଥିଲେ। ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ଆମେ ସମସ୍ତେ ଉଭୟ ଗୁରୁଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ଓ ସ୍ମାରକୀ ପ୍ରଦାନ କରି ସମ୍ମାନିତ କଲି।
ସେମାନଙ୍କ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଛାତ୍ରସ୍ନେହ ନୂଆ ପିଢ଼ିର ଶିକ୍ଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ। ମଞ୍ଚରୁ ଉଭୟଙ୍କ ପରବର୍ତୀ ଜୀବନ ସୁସ୍ଥ, ସୁଖମୟ ଓ ଆନ୍ଦମୟ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲି। ଅବସର ପରେ ବି ସେମାନଙ୍କ ଅଭିଜ୍ଞତା ସମାଜ ଓ ଶିକ୍ଷା କ୍ଷେତ୍ରେ କାମରେ ଲାଗୁ ଏତିକି କାମନା।
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






