ଏ.କେ ବ୍ୟୁରୋ : ହରଭଙ୍ଗା ବ୍ଲକ୍ ଚାରିଛକ ସ୍ଥିତ (ପଞ୍ଚାୟତ ସମିତି କାର୍ଯ୍ୟାଳୟରେ) ଅନୁଷ୍ଠିତ ହେଉଥିବା ବୌଦ୍ଧ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର( ବ୍ଲକ୍ ସ୍ତରୀୟ)ରେ ଯୋଗଦେଇଥିବା ଜନସାଧାରଣଙ୍କୁ ଆନନ୍ଦ ମାର୍ଗ ୟୁନିଭର୍ଷାଲ ରିଲିଫ୍ ଟିମ୍ ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଦହି ସରବତ ବଣ୍ଟନ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକ ତାଙ୍କର ବ୍ୟକ୍ତିଗତ ତଥା ସାମୂହିକ ସମସ୍ୟାନେଇ ଜିଲ୍ଲା ପ୍ରଶାସନ ନିକଟରେ ନିଜ ନିଜର ଅଭିଯୋଗ ସମାଧାନ ପାଇଁ ଦାଖଲ କରନ୍ତି…. ଜିଲ୍ଲାପାଳ ନିଜ ପଦ କ୍ଷମତା ବଳରେ ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖନ୍ତି ଯେ ହେତୁ ଜିଲ୍ଲାର ସବୁ ବିଭାଗର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥାଆନ୍ତି। ବୃଦ୍ଧ ବୃଦ୍ଧା ବିଧବା ଦିବ୍ୟାଙ୍ଗ ଠାରୁ ଆରମ୍ଭ କରି ଅସହାୟ ଗରିବ ନିରୀହ ଜମିହୀନ ଭୂମିହୀନ ତଥା ଚିକିତ୍ସା ସହାୟତା ଆଶାରେ ରୋଗୀ ଇତ୍ୟାଦି ଏହି ଅଭିଯୋଗ ପାଇଁ ଆସି ଘଣ୍ଟା ଘଣ୍ଟା ଧରି ସମାଧାନ ଆଶାରେ ସାନ୍ତ୍ଵନା ବାଣୀ ଶୁଣିବାକୁ ଅପେକ୍ଷା କରିଥାନ୍ତି। କିଛି ସମାଧାନ ହୁଏ ,ଆଉ କିଛି ଚାହିଁ ଚାହିଁ ଦିନ ସରିଯାଏ…. ବାରମ୍ବାର ଲୋକ ଏହିପରି ଶିବିରକୁ ଆସି ନିରାଶ ହୋଇଥାନ୍ତି। ଯେହେତୁ ଏହି ଶିବିରକୁ ଅଧିକ ଲୋକ ପ୍ରାୟ ଆର୍ଥିକ – ମାନସିକ ଅନଗ୍ରସର ଶ୍ରେଣୀର ଲୋକ ହିଁ ଆସିଥାନ୍ତି… ସେମାନଙ୍କୁ କିଛି ଜଳସେବା (ଦହି ସରବତ) ବ୍ୟବସ୍ଥା ଆନନ୍ଦ ମାର୍ଗ ୟୁନିଭର୍ସାଲ୍ ରିଲିଫ୍ ଟିମ୍, ବୌଦ୍ଧ ଜିଲ୍ଲା ଶାଖା ତରଫରୁ କରାଯାଇଥିଲା। ଆଜି ଏହି କାର୍ଯ୍ୟକ୍ରମରେ ବୃଦ୍ଧ ବୃଦ୍ଧା ଏବଂ ଭିନ୍ନକ୍ଷମଙ୍କୁ ଦହି ସରବତ ଦେଇ ଶୁଭାରମ୍ଭ କରିଥିଲେ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡା , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୂର୍ଯ୍ୟନାରାୟଣ ବେହେରା ଏଵଂ ବରିଷ୍ଠ ମାର୍ଗୀ କେଦାରନାଥ ସାହୁ…
ଏହି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସରିବା ଯାଏ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ପ୍ରାଉଟିଷ୍ଟ ତଥା ସାମାଜିକକର୍ମୀ ବୃନ୍ଦାବନ ବେହେରା, ପଞ୍ଚାନନ ନାୟକ, ଶାନ୍ତନୁ ବେହେରା, ପ୍ରଶାନ୍ତ କୁମାର ସାହୁ, ସୁରେଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l । ଜିଲ୍ଲାର ବିଭିନ୍ନ ଅଧିକାରୀମାନେ ଏହି ସେବାକାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ଏଵଂ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।
ବୌଦ୍ଧରୁ କୃତ୍ତିବାସ ପଲିଆ ଓ ହରଭଙ୍ଗାରୁ ପପୁନ ଗାଈଗୋୖରିଆଙ୍କ ରିପୋର୍ଟ ଆପଣଙ୍କ ଖବର






