ଏ.କେ ବ୍ୟୁରୋ : ଆମେ ଅନେକ ଲୋକ ବିଭିନ୍ନ ପ୍ରକାରର ଜନ୍ମଦିନ ପାଳନ କରିବାର ଦେଖିଛେ କିନ୍ତୁ ଏମିତି ନିଜର ଜନ୍ମଦିନ ନିଡାଅମ୍ବର ପାଳନ କରିବା ଓ ସମାଜ କୁ ଏକ ବାର୍ତ୍ତା ଦେବା ପ୍ରଥମ ।
ହଁ ବିଜେପି ଦଳର ଗ୍ରାମାଞ୍ଚଳ ଉପସଭାପତି ହିମାଂଶୁ ମହାନ୍ତି ତାଙ୍କର ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସାଲେପୁର ବ୍ଲକ୍ ଅନ୍ତର୍ଗତ ପିର ବଜାର ସ୍ଥିତ ନିଜ ବାସଭବନରେ ସମସ୍ତ ଜନତାଙ୍କ ଗ୍ରହଣରେ ଜନ୍ମଦିନ ପାଳନ କରିଛନ୍ତି। ପରିବେଶ ସୁନ୍ଦର କରିବା ପାଇଁ ବୃକ୍ଷ ରୋପଣ,୬୦ ବର୍ଷ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମାନଙ୍କୁ ମାଗଣା ଔଷଧ ବଣ୍ଟନ,ଜୀବନ ରକ୍ଷା ପାଇଁ ରକ୍ତଦାନ ଭଳି କାର୍ଯ୍ୟକ୍ରମ କରିଥିଲେ ନିଜ ଜନ୍ମଦିନ ରେ।କଟକ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି,ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତି ଓ ଶହଶହ କର୍ମୀ ମାନଙ୍କ ଗ୍ରହଣରେ ଜନ୍ମଦିନ ପାଳନ କରିଥିଲେ।ସମସ୍ତ ଜନତା ଖୁସିରେ ରହିବା ନେଇ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା ସହ ଆଗାମୀ ଦିନରେ ସମସ୍ତଙ୍କ ଅଛନ୍ତି ଓ ରହିବେ ବୋଲି କହିଥିଲେ।ଏହି ନିଆରା ପ୍ରୟାସ ଓ କାର୍ଯ୍ୟକ୍ରମ ପାଇଁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି।
ସାଲେପୁର(ଆପଣଙ୍କ ଖବର,ଶିଶୁ କୃଷ୍ଣ ନନ୍ଦ)






