ଏ.କେ ବ୍ୟୁରୋ : ଜୀବିତ ଦାଦାଙ୍କୁ ମୃତ ଦର୍ଶାଇ ଜମି ହଡପ୍ କଲେ ପୁତୁରା । ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ତଳପଡିଖାଲ ଗାଁରୁ ସଙ୍ଗୀନ ଅଭିଯୋଗ ହୋଇଛି। ଯେଉଁ ବୃଦ୍ଧଙ୍କୁ ମୃତ ଦର୍ଶାଯାଇଛି, ସେ ଏବେ ଜୀବିତ ଅଛନ୍ତି ।
ଅଭିଯୋଗ ଅନୁଯାୟୀ, ତଳପାଡିଖାଲ ଗାଁର ସାନି ମାଝୀ ୨୦୨୪ ମସିହାରେ ନିଜ ଦାଦା ଦିଉଡୁ ମାଝୀଙ୍କୁ ମୃତ ଦର୍ଶାଇ ଜମିକୁ ହଡପ୍ କରିଥିଲେ । ଏଥିରେ ତତ୍କାଳୀନ ରାଜସ୍ବ ଇନିସପେକ୍ଟର ସହାୟତା କରିଥିବା ଅଭିଯୋଗ ହୋଇଛି । ଆରଆଇଙ୍କ ସହାୟତାରେ ସାନୀ ମାଝୀ ଚଞ୍ଚକତା କରି ନିଜ ଜମିପଟ୍ଟା କରାଇନେଇଥିଲେ । ଘଟଣା ଜଣାପଡିବା ପରେ ଉଭୟ ଦାଦା ଓ ପୁତୁରାଙ୍କ ମଧ୍ଯରେ କଥା କଟାକଟି ହୋଇଥିଲା । ଗତ ଦେଢ ବର୍ଷ ହେବ ଦାଦା ଦିଉଡୁ ମାଝୀଙ୍କୁ ଜମି ଭିତରେ ପ୍ରବେଶ କରିବାକୁ ଦେଉନାହାନ୍ତି ପୁତୁରା । ବାଧ୍ୟ ହୋଇ ବୃଦ୍ଧ ଦିଉଡୁ ତହସିଲ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । କାଗଜପତ୍ରରେ ତାଙ୍କୁ ତାଙ୍କୁ ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି ଦିଉଡୁ। ଏନେଇ କାଶୀପୁର ତହସିଲଦାରଙ୍କ ନିକଟରେ ନ୍ୟାୟ ଦାବି କରିଛନ୍ତି । ନିଜ ଜମି ଫେରାଇବା ସହ ଭୁଲ୍ ରିପୋର୍ଟ ଦେଇଥିବା ଆରଆଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।






