ଏ.କେ ବ୍ୟୁରୋ : ଆଜିର ସମୟରେ ସମାଜର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଏକରକମର ଅସୁରକ୍ଷିତ ହୋଇପଡିଛି।ଯିଏ ଯେତେବେଳେ ଯେଉଁଠି ଚାହୁଁଛି ଆକ୍ରମଣ କରୁଛି।ଏ ବାବଦରେ ବାରମ୍ବାର ନିଉଜ ପରିବେଷଣ ହେଉଥିଲେ ମଧ୍ୟ ସରକାର ଚୂପ ଓ ପୋଲିସ ପ୍ରଶାସନ ମଧ୍ୟ ଚୂପ।
ଆଜି ଏଭଳି ଏକ ଘଟଣା ପୁଣି ନଜର କୁ ଆସିଛି ।ସାଲେପୁର. ମାହାଙ୍ଗା. ନିଶ୍ଚିନ୍ତ କୋଇଲି ତିନୋଟି ବ୍ଲକରେ କାଯ୍ୟରତ କଳିଙ୍ଗ ଟିଭି ସାମ୍ବାଦିକ ଲକ୍ଷ୍ମଣ ନାୟକ ଓ ନିଶ୍ଚିନ୍ତ କୋଇଲି ନିୟୁଜ ୭ ର କ୍ୟାମେରା ମ୍ୟାନ ସଞ୍ଜୟ ବେହେରା ନିୟୁଜ କଭରେଜ ପାଇଁ ନେମାଳ ନରେନ୍ଦ୍ରପୁର ଯାଇଫେରୁଥିବା ସମୟରେ ଏକ କାରଯୋଗେ କିଛି ଦୃବୁତ ସଞ୍ଜୟ ଙ୍କୁ ଠେଲିଦେଇ ଲକ୍ଷ୍ମଣ ଉପରକୁ ଆକ୍ରମଣ କରିଥିଲେ ଦୃବୁତଙ୍କ ଆକ୍ରମଣରେ ଲକ୍ଷ୍ମଣ ଙ୍କ ମୁଣ୍ଡ.ହାତ. ଗୋଡ଼ରେ ଗୁରୁତ୍ୱର ଆଘାତ ଲାଗିଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସାମ୍ବାଦିକ ଙ୍କୁ ଉଦ୍ଧାରକରି ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତିକରିଥିଲେ ।ପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି l ଘର ଲୋକ ଅସିତ ସାମଲ ନାମରେ ଅଭିଯୋଗ ଆଣିଛନ୍ତି ଅସିତ ସାମଲ ହନିଟ୍ରାପ କେଶରେ ଜେଲ ଯାଇଥିଲେ ହନିଟ୍ରାଫ ଧରେଇବା ମୁଖ୍ୟ ବିନ୍ଧାଣି ସାଜିଥିଲେ ଲକ୍ଷ୍ମଣ, ଅସିତ ପ୍ରତିଶୋଧ ପ୍ରରାୟଣ ହୋଇ ଲକ୍ଷଣ ଘରକୁ ଗୁଣ୍ଡା ପଠେଇ ଲକ୍ଷ୍ମଣର ଗତି ଵିଧି ଉପରେ ନଜର ରଖୁଥିଲା ଆଜି ସୁଯୋଗ ପାଇ ତା ଉପରେ ଆକ୍ରମଣ କରିଛି ବୋଲି ଅଭିଯୋଗ ଆଣିଛନ୍ତି ଅସିତ କୁ ଆରେଷ୍ଟ କରାଯାଉ ବୋଲି ଦାବିକରିଛନ୍ତି l ସେ ଗାଡି କାହାର ଗାଡିରେ ଆସିଥିବା ଗୁଣ୍ଡା କିଏ କାହା ଇସାରାରେ ଆକ୍ରମଣ କରିଛନ୍ତି ପୋଲିସ ତଦନ୍ତ କଲେ ସତ୍ୟା ସତ୍ୟ ଆସିବ ବୋଲି ସାଧାରଣରେ ଦାବି ହେଉଛି lଏଠି ପ୍ରଶ୍ନ ଉଠୁଛି କି ଭୂଲକୁ ଭୂଲ ଦେଖେଇବା, ଲୋକଙ୍କ ସମସ୍ୟା ଦେଖାଇବା କଣ ଗଣମାଧ୍ୟମ ର ଭୂଲ ।ଯିଏ ସତ ଖବର ପରିବେଷଣ କଲା ତାକୁ ହେବ ଆକ୍ରମଣ ।ପ୍ରଶ୍ନ ଆମର ବିଚାର ଆପଣ ମାନଙ୍କର ।
କଟକ ଜିଲ୍ଲା ସାଲେପୁର ବ୍ଲକ୍ ରୁ ଶିଶୁ କୃଷ୍ଣ ନନ୍ଦଙ୍କ ରିପୋର୍ଟ ଆପଣଙ୍କ ଖବର ।






