ଏ.କେ ବ୍ୟୁରୋ : ୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ବରିଷ୍ଠ IPSଙ୍କୁ ଜିଲ୍ଲା ଦାୟିତ୍ବ । ରାଜ୍ୟରେ ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ । ଅପରାଧ ପ୍ରବଣ ଚିହ୍ନଟ ହୋଇଥିବା ୧୭ଟି ଜିଲ୍ଲା ଜଗିବେ୧୫ଆଇପିଏସ ଅଫିସର । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱ, ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଦାୟିତ୍ୱ ଦିଆଯାଇଛି । ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ, ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ ଜିଲ୍ଲା ତଦାରଖ ଦାୟିତ୍ୱ ଦିଆଯାଇଛି ।
ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର ଜିଲ୍ଲା ଦାୟିତ୍ୱ, ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର ଦାୟିତ୍ବ ଦିଆଯାଇଛି । ଏଡିଜି ଯତୀନ୍ଦ୍ର କୋଏଲଙ୍କୁ କଳାହାଣ୍ଡି, ଏଡିଜି ଏସ୍ . ସାଇନିଙ୍କୁ ବଲାଙ୍ଗୀର, ଆଇଜି ଏସ୍ .ପ୍ରବୀଣ କୁମାରଙ୍କୁ କନ୍ଧମାଳ, ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଅନୁପ ସାହୁଙ୍କୁ ପୁରୀ, ଅବିନାଶ କୁମାରଙ୍କୁ ମୟୂରଭଞ୍ଜ ଓ ସାର୍ଥକ ଷଡ଼ଙ୍ଗୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଆଇଜି ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଆସନ୍ତା ଜୁଲାଇରୁ ସମୀକ୍ଷା ଓ ଯାଞ୍ଚ ପାଇଁ ଆଇପିଏସ୍ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିରୀକ୍ଷଣ ଶେଷର ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ବାଧ୍ୟତାମୂଳକ ।






