ଏ.କେ ବ୍ୟୁରୋ : ଦଶପଲ୍ଲାରୁ ଆସିଛି ଏକ ବଡ଼ ଖବର । ହାତରେ ଲଣ୍ଠନ ଏବଂ ବିଞ୍ଚଣା ଧରି ପ୍ରତିବାଦ କଲେ ଦଶପଲ୍ଲାର ବିଦୁତ୍ ଉପଭୋକ୍ତା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦେଲେ ଦାବି ପତ୍ର।
ଦଶପଲ୍ଲା ସହର ଓ ଆଖପାଖ ଅଞ୍ଚଳରେ ଅଘୋଷିତ ବିଜୁଳି କାଟ ଏବଂ ଲୋ ଭୋଲଟେଜକୁ ନେଇ ଅସହ୍ୟ ଗରମରେ ଦିନ କାଟୁଛନ୍ତି ଦଶପଲ୍ଲାବାସୀ । ତାକୁ ନେଇ ସ୍ଥାନୀୟ ଅଞ୍ଚଳ ର ବିଦୁତ୍ ଉପଭୋକ୍ତା ମାନେ ଦଶପଲ୍ଲା ମହାବୀର ମନ୍ଦିର ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହାତରେ ଲଣ୍ଠନ ଏବଂ ବିଞ୍ଚଣାଧରି ପ୍ରତିବାଦ କରିଛନ୍ତି । ୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଶୋଭାଯାତ୍ରାରେ ଦଶପଲ୍ଲା ଅଞ୍ଚଳ ର ସମସ୍ତ ବିଦୁତ୍ ଉପଭୋକ୍ତା ସାମିଲ ହୋଇଥିଲେ । ଏଥିସହ ଯଦି ୩୦ତାରିଖ ସୁଦ୍ଧା ସମସ୍ୟାର ସମାଧାନ ନହୁଏ ତେବେ ଦଶପଲ୍ଲା ବନ୍ଦ୍ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି






