ଏ.କେ ବ୍ୟୁରୋ : ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବ୍ୟାଟର କେନ୍ ୱିଲିୟମସନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୧୬ ବର୍ଷ ଧରି ନ୍ୟୁଜିଲାଣ୍ଡ ପାଇଁ ମ୍ୟାଚ ଖେଳିଥିବା ଷ୍ଟାର ଖେଳାଳି ସନ୍ନ୍ୟାସ ଘୋଷଣା କରିଛନ୍ତି । ୱିଲିୟମସନଙ୍କ ନାମରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ନ୍ୟୁଜିଲାଣ୍ଡ ତରଫଣୁ ଖେଳିଥିବା ସବୁଠାରୁ ଅଧିକ ରନ୍ କରିବାର ରେକର୍ଡ ରହିଛି । ୧୬ ବର୍ଷର କ୍ୟାରିଅରରେ ମୋଟ ୧୯୩୪୬ ରନ୍ କରିଛନ୍ତି ।
୩୫ ବର୍ଷୀୟ କେନ୍ ଓ୍ବିଲିୟମସନ ନ୍ୟୁଜିଲାଣ୍ଡ କ୍ରିକେଟର ସର୍ବାଧିକ ରନ୍ ସ୍କୋରର । ସେ ୩୭୮ଟି ଅନ୍ତର୍ଜାତୀୟ ମୁକାବିଲା ଖେଳିଥିବାବେଳେ ୧୯,୩୪୬ ରନ୍ କରିଛନ୍ତି । ସେ ୪୮ଟି ଶତକ ହାସଲ କରିଛନ୍ତି । ୨୦୧୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ୧୯ ବର୍ଷରୁ କମ ବିଶ୍ବକପ ଦଳରେ ଦମଦାର ପ୍ରଦର୍ଶନ ପରେ ନ୍ୟୁଜିଲାଣ୍ଡ ଦଳରେ ସୁଯୋଗ ପାଇଥିଲେ ।
ତାଙ୍କ ଅଧିନାୟକତ୍ବରେ ନ୍ୟୁଜିଲାଣ୍ଡ ୨୦୧୯ ଦିନିକିଆ ବିଶ୍ବକପରେ ଫାଇନାଲ ଖେଳିଥିଲା । ଏହି ମ୍ୟାଚରେ ଆଇସିସି ଟେଷ୍ଟ ପ୍ଲେୟାର ଅଫ ଦ ଆୱାର୍ଡ ଜିତିଥିଲେ । ତାଙ୍କ ନାମରେ ଟେଷ୍ଟରେ ୯୫୧୫ ରନ୍ ରେକର୍ଡ ରହିଛି । ସେହିପରି ଦିନିକିଆରେ ୭୨୫୬ ରନ୍ କରିଥିବା ବେ.ଳେ ଟି୨୦ରେ ୨୫୭୫ ରନ୍ କରିଥିଲେ । ଏହାସହ ୨୦୨୧ ମସିହାରେ ଅଧିନାୟକ ଭାବେ ପାଇଥିଲେ ଓ୍ବିଲିୟମସନ୍ । ତାଙ୍କ ଅଧିନାୟକତ୍ବରେ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଜିତିଥିଲା ।






