କଣ୍ଟାମାଳ :କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିର ଖବର। ବହୁ ଦିନର ପ୍ରତୀକ୍ଷା, ଦାବି ଏବଂ ସଂଘର୍ଷ ପରେ ଶେଷରେ ଶୁଣ୍ଢିପଦର ଗ୍ରାମକୁ ସରକାରୀ ‘ଲକ୍ଷ୍ମୀ ବସ୍’ ସେବା ଆରମ୍ଭ ହୋଇଛି।
ଏହି ବସ୍ ସେବା ଆରମ୍ଭ ହେବା ଫଳରେ ଗ୍ରାମବାସୀ, ଛାତ୍ରଛାତ୍ରୀ, ଚାଷୀ ଏବଂ ସାଧାରଣ ଯାତ୍ରୀମାନେ ଏବେ ସହଜ ଓ ସୁଲଭ ଭାବେ ଯାତାୟାତ ସୁବିଧା ପାଇପାରିବେ। ଦୀର୍ଘ ଦିନ ଧରି ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଥିବା ଅଞ୍ଚଳବାସୀଙ୍କ ପାଇଁ ଏହା ଏକ ବଡ଼ ସଫଳତା ଓ ସ୍ୱସ୍ତିର ବିଷୟ।
ଗ୍ରାମବାସୀଙ୍କ ଏକତା, ଧୈର୍ଯ୍ୟ ଓ ମିଳିତ ପ୍ରୟାସର ଫଳସ୍ୱରୂପ ଏହି ସଫଳତା ମିଳିଥିବାରୁ ସମସ୍ତଙ୍କ ମଧ୍ୟରେ ଖୁସିର ପରିବେଶ ଦେଖିବାକୁ ମିଳିଛି।
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






