ରାୟଗଡା,୧୪/୬(ନରେନ୍ଦ୍ର ନିଶାଲ): ଲାଞ୍ଜିଗଡ଼ ମୁନସିଫ କୋର୍ଟର ମାଜିଷ୍ଟ୍ରେଟ ଏକ ଆଦେଶ ଜାରି କରି ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକଳାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ କରିବା ପାଇଁ କଲ୍ୟାଣସିଂହପୁର ଥାନାର ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାରୁ ଜଣାପଡିଛି ଉକ୍ତ ଆଦେଶଟି ୨୦୧୭ ମସିହାର ଏକ ମାମଲା (ନମ୍ବର ୩୪୯/୨୦୧୭) କୁ ଆଧାର କରି ଦିଆଯାଇଛି, ଯେଉଁଥିରେ ଲଦ ସିଳଳାଙ୍କ ନାଁରେ ଅପରାଧିକ ଆଇନ ସଂଶୋଧନର ଧାରା ୭ ତଥା ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଦଫା ଅନ୍ତର୍ଗତ ଅପରାଧ କରିଥିବାର ଆରୋପ ରହଛି I ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲାଖପଦର ଗ୍ରାମର ଲଦ ସିକକା ଡଙ୍ଗରିଆ କନ୍ଧ ଜନଜାତିର । ଲଦ ନିୟମଗିରି ସୁରକ୍ଷା ସମିତି ର ଆବାହକ ରୂପେ କାର୍ଯ୍ୟ କରୁଛନ୍ତି ଏବଂ ସେ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ତଥା ନିୟମଗିରି ସୁରକ୍ଷା ପାଇଁ ସଂଗ୍ରାମ କରୁଛନ୍ତି I ଅନ୍ୟପଟେ କୋର୍ଟ ର ନିର୍ଦେଶ ପରେ ରାଜ୍ୟର ସାମାଜିକ କର୍ମୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟ ଯିବାନେଇ ସୂଚନାଦେଇଛନ୍ତି I
ଏନେଇ ବିଶିଷ୍ଟ ସାମାଜିକକର୍ମୀ ନରେନ୍ଦ୍ର ମାହାନ୍ତି ସୂଚନା ଦେଇ କହିଛନ୍ତି ଲଦ ସିକକା ନିଜେ ଜାଣନ୍ତି ନାହିଁ ଯେ ଏପରି ଏକ ଅପରାଧିକ ମାମଲା ଯାହା ତାଙ୍କ ଉପରେ ଲଦି ଦିଆଯାଇଛି, ଏବଂ ଏ ସମ୍ବନ୍ଧୀୟ କୋର୍ଟ ପରୱାନା ସେ କେବେ ଗ୍ରହଣ କରିନାହାନ୍ତି ।ବିଗତ କେତେ ଦଶନ୍ଧି ଧରି ବିକାଶର ପ୍ରକ୍ରିୟାରେ ସମାଜର ଜନଜାତି ବର୍ଗକୁ ଯେଉଁଭଳି ଭାବେ ଜୀବନଜୀବିକାଠାରୁ ବିଚ୍ଛିନ୍ନ କରିଦିଆଯାଉଛି, ନିୟମଗିରି ଆନ୍ଦୋଳନର ନେତା ଲଦ ସିକକାଙ୍କ ସମ୍ପରି ଜବତ ଆଦେଶ ବ୍ୟବସ୍ଥାଗତ ଅନ୍ୟାୟ ପ୍ରକ୍ରିୟାର ଏକ ଅଂଶ ବୋଲି ସାମାଜିକ କର୍ମୀ ମାନେ ମତପ୍ରକାଶ କରିଛନ୍ତି I
ବିଶିଷ୍ଟ ପରିବେଶବିତ ତଥା ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ନରେନ୍ଦ୍ର ମାହାନ୍ତି ସମେତ ବହୁ ସାମାଜିକ କର୍ମୀ ଲଦ ସିକକା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି Iଏହି ନିର୍ଦ୍ଦେଶକୁ ଅନ୍ୟାୟ ଓ ଅଯଥାର୍ଥ ଦର୍ଶାଇ ସମାଜର ବିଭିନ୍ନ ବର୍ଗର ସଚେତନ ନାଗରିକ ଯଥା ଓକିଲ, ମାନବିକ ଅଧିକାର ସଂଗଠନ, ନାଗରିକ ସମାଜ ତଥା ବିଭିନ୍ନ ରାଜନୈତିକ ଗୋଷ୍ଠୀର ସଭ୍ୟମାନେ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଓ ଏଥିପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି I






