ଏ.କେ ବ୍ୟୁରୋ : ରେଳ ବ୍ରିଜ ତଳେ ଦୋଳି । ବାରଙ୍ଗ କଣ୍ଟାପାଟଣା ଗାଁ ନିକଟ ପୁରୀ ମୂଖ୍ୟ କେନାଲ ଉପରେ ଯାଇଥିବା ରେଳ ବ୍ରିଜରୁ ଦୋଳି ଖୋଲାଯାଇଛି । ଭୁବନେଶ୍ୱର RPF ରୁ ଦୁଇଜଣ ଅଧିକାରୀ ଆସି ଦୋଳି ଖୋଲିଛନ୍ତି ।
ଏହାସହ ନିକଟସ୍ଥ ଦାଢ଼ାପାଟଣା ଗାଁ ଲୋକଙ୍କୁ ଘଟଣା ବିଷୟରେ ପଚାରି ବୁଝିଛନ୍ତି। ଏଭଳି କାର୍ଯ୍ୟକଳାପରୁ ଯୁବଗୋଷ୍ଠୀ ତଥା ଜନସାଧାରଣ ଦୂରେଇ ରହିବାକୁ ସତର୍କ କରାଇଛନ୍ତି ରେଳ ବିଭାଗର ଅଧିକାରୀ । ଗତକାଲି ବାରଙ୍ଗ କଣ୍ଟାପାଟଣା ଗାଁ ନିକଟ ପୁରୀ ମୂଖ୍ୟ କେନାଲ ଉପରେ ଯାଇଥିବା ରେଳ ବ୍ରିଜରେ କେହି ଦୋଳି ଦୋଳି ବାନ୍ଧି ବିପଦପୂର୍ଣ୍ଣ ଭାବେ ଦୋଳି ଖେଳିଥିଲେ । ଖବର ପ୍ରସାରିତ ହେବା ପରେ ଦୋଳି ଖୋଲିଛି ରେଳ ବିଭାଗ ।
ସୂଚନା ଅନୁସାରେ ରଜ ବେଳେ କିଛି ଅସାମାଜିକ ଯୁବକ ଏଭଳି ଦୋଳି ବାନ୍ଧିଥିବା ସୂଚନା ମିଳିଛି । ଉପରେ ଟ୍ରେନ, ତଳେ କେନାଲ ପାଣି ଏବେ ବିପଦଜନକ ଭାବେ ଦୋଳି କିଏ ବାନ୍ଧିଲା ଓ କିଏ ଏମିତି ଖେଳୁଛି ତାକୁ ନେଇ ତଦନ୍ତ ବି ଚାଲିଛି । ଆମେ ଏଠି କହି ରଖୁଛୁ କି, ଏମିତି ଖେଳ ଜୀବନ ପ୍ରତି ବିପଦଜନକ । ଆଦୌ ଏଭଳି କରନ୍ତୁ ନାହିଁ।






