ବୁଗୁଡ଼ା ୨୧/୦୬ :ଗଞ୍ଜାମ ଜିଲ୍ଳା ବୁଗୁଡ଼ା ସହର ସ୍ଥିତ ପିପୁଲସ୍ କଲେଜ ରେ ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ଟି କଲେଜ ର ଅଧ୍ୟକ୍ଷ ଡ଼କ୍ଟର ପୁରୁଷୋତ୍ତମ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଶୁଭ୍ରାଂଶୁ ଶେଖର ସେଠି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ର ଉପକାରିତା ବିଷୟରେ ଅବଗତ କରାଇଥିଲେ ।
କଲେଜ ର +3 କ୍ରୀଡା ବିଭାଗ ର ଉପ ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ କଲେଜ ର +3 କ୍ରୀଡା ଅଧ୍ୟପାକ ଶ୍ରୀ ଏମ୍ ଶ୍ରୀନୀବାସ ଦୋରା ପରିଚାଳନା କରିଥିବା ବେଳେ ବରିଷ୍ଠ କ୍ରୀଡା ଅଧ୍ୟାପକ ଶ୍ରୀ ପି କ୍ରିଷ୍ଣା ରାଓ ପତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ର ଅର୍ଥ ଓ ଉପକାରିତା ବିଷୟରେ ବୁଝାଇ ଥିଲେ ଓ ଛାତ୍ର ଛାତ୍ରୀ ସହ ଯୋଗ ଅଭ୍ୟାସ କରିଥିଲେ ଏହା ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟ ରେ ଆସନ୍ତା ଜୁନ୍ ମାସ ୩୦ ତାରିଖ ରେ ଅବସର ଗ୍ରହଣ କରିବାକୁ ଯାଉ ଥିବା ବରିଷ୍ଠ କ୍ରୀଡା ଅଧ୍ୟାପକ ଶ୍ରୀ କ୍ରିଷ୍ଣା ରାଓ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଛାତ୍ର ଛାତ୍ରୀ ଏବଂ ଅନ୍ୟାନ୍ୟ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଏବଂ ଛାତ୍ର,ଛାତ୍ରୀ ଅଂଶ ଗ୍ରହଣ କରି ଥିଲେ । ସମସ୍ତେ ପ୍ରତ୍ୟକ ଦିନ ଯୋଗ ଅଭ୍ୟାସ କରିବାକୁ ଶପଥ ଗ୍ରହଣ କରିଥିଲେ।ଏହି ଶିବିର ପରିଚାଳନା ମହାବିଦ୍ୟାଳୟ ର ୟୁଥ୍ ରେଡ୍ କ୍ରସ୍ ଓ ଏନ୍ ସି ସି ର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ। ଶେଷ ରେ କ୍ରୀଡା ଅଧ୍ୟାପକ ଏମ୍ ଶ୍ରୀନିବାସ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ରିପୋର୍ଟ ଆପଣଙ୍କ ଖବର






