ବିଜୁ ଛାତ୍ର ଜନତା ଦଳ (BCJD) ଏବଂ ବିଜୁ ଯୁବ ଜନତା ଦଳ (BYJD) ତରଫରୁ +୩ ନାମଲେଖା ପ୍ରକ୍ରିୟାରେ ଯୋଗଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ସହାୟତା ଓ ମାର୍ଗଦର୍ଶନ ପ୍ରଦାନ କରିବା ଉଦ୍ଦେଶ୍ୟରେ କଣ୍ଟାମାଳ ମହାବିଦ୍ୟାଳୟ ପରିସରରେ ଏକ +୩ ଆଡମିଶନ ହେଲ୍ପ ଡେସ୍କ ଆୟୋଜିତ କରାଯାଇଥିଲା।
ଏହି ସହାୟତା କେନ୍ଦ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ SAMS ପୋର୍ଟାଲରେ ନାମଲେଖା, ବିଭିନ୍ନ ବିଷୟ ଚୟନ, ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତି, ଛାତ୍ରବୃତ୍ତି ସମ୍ବନ୍ଧୀୟ ସୂଚନା ଓ ଅନ୍ୟାନ୍ୟ ଶିକ୍ଷାଗତ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହାଦ୍ୱାରା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ସଭାପତି ରାଧାବଲ୍ଲଭ ପ୍ରଧାନ ଯୋଗଦେଇଥିବା ବେଳେ ବାବୁଲା ମଲ୍ଲିକ ଯୁବ ସଭାପତି, ଉଦିତ ପ୍ରତ୍ତାପ ଭୋଇ ଛାତ୍ର ସଭାପତି , ଆଶିଷ ଖେତି ମିଡିଆ ସେଲ ସଂଯୋଜକ କଣ୍ଟାମାଳ , ଘନଶ୍ୟାମ ଦନ୍ତା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ବିଜୁ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳ ସଦାସର୍ବଦା ଛାତ୍ର ସମାଜର ସ୍ୱାର୍ଥ, ଶିକ୍ଷାର ବିକାଶ ଏବଂ ଯୁବପିଢ଼ିର ସଶକ୍ତିକରଣ ପାଇଁ କାର୍ଯ୍ୟ କରିଆସୁଛି। ରାଜ୍ୟର ସମସ୍ତ ଜିଲ୍ଲା ଓ ମହାବିଦ୍ୟାଳୟରେ ଏହି +୩ ଆଡମିଶନ ହେଲ୍ପ ଡେସ୍କ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।
କଣ୍ଟାମାଳରୁ ରାଜା ମହାକୁଡଙ୍କ ରିପୋର୍ଟ ଆପଣଙ୍କ ଖବର






