ଏବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅମିତ ଶାହ ତାଙ୍କର ଦିନିକିଆ ଗସ୍ତ ଅବସରରେ ବଡ଼ମ୍ବା ଚିନିକଳ ସମେତ ବଲାଙ୍ଗୀର ଓ ନୟାଗଡ଼ ଚିନି କଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ କରିବେ।
କିନ୍ତୁ କେତୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଚୂଡାନ୍ତ ହୋଇନାହିଁ । ତେବେ ବିଗତ ଦିନରେ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ବାରମ୍ବାର ବିଭିନ୍ନ ତାରିଖ ପ୍ରକାଶ କରା ଯାଇଥିଲା। ହେଲେ ଏହିପରି ଅନେକ ଖବର ପ୍ରକାଶ ପାଇବା ପରେ ଶାହାଙ୍କ ଗସ୍ତ ବାତିଲ ହୋଇଥିବା ସେ ସମୟରେ କୁହା ଯାଇଥିଲା।






