ଏ.କେ ବ୍ୟୁରୋ : ପିଲାଙ୍କ ପାଠପଢ଼ା ବହିରେ ମାଳମାଳ ତ୍ରୁଟି ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟିର ଅବଧି ସରିଛି ।

୭ ଦିନ ଧରି ତନାଘନା କରିବା ପରେ ପୁସ୍ତକ ପ୍ରସ୍ତୁତିରେ କାହାର ଭୂମିକା କ’ଣ ରହିଥିଲା, କିଏ ଉତ୍ତରଦାୟୀ, କମିଟି ତାହା ଅନୁଧ୍ୟାନ କରିଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ଯାଂଚ କରିବା ପରେ ଏକାଧିକ ଫାଇଲ ନେଇଛନ୍ତି । ମୁଖ୍ୟତଃ କଣ୍ଟେଣ୍ଟ ପ୍ରସ୍ତୁତି ଓ ବିକଶିତ କରାଯାଇଥିବା ଦସ୍ତାବିଜର ତନ୍ନ ତନ୍ନ କରି ଯାଂଚ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି କମିଟି ରିପୋର୍ଟ ଦାଖଲ କରିପାରେ । ଏନେଇ କେଉଁ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ପାୱାର କରିଡରରେ ଚର୍ଚ୍ଚା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତରେଶହଶହ ତ୍ରୁଟି ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସାରାରାଜ୍ୟ । ଲୋକସେବା ଭବନରୁ ଆରମ୍ଭ କରି ଗାଁ ଗହଳି ସବୁଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । SCERT ନିର୍ଦ୍ଦେଶିକା, ଉପ-ନିର୍ଦ୍ଦେଶକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଏହି ତ୍ରୁଟି ସମ୍ପର୍କରେ କରିଛନ୍ତି ପଚରାଉଚରା ।






