ଏ.କେ ବ୍ୟୁରୋ : ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ । ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଲା ପୁଲିସ ବେଆଇନ ଗଞ୍ଜେଇ ଚାଲାଣ ବେଳେ କାରକୁ ଦଳବେହେରା ମୁଣ୍ଡା ଠାରେ ଜବତ କରିଛି । ବୁଢାପାଳ ପଟୁ ଏକ କାର ରେଙ୍ଗାଳୀ ରାସ୍ତା ପଟେ ଆସୁଥିବା ବେଳେ କରଲଗା ଫାଣ୍ଡି କର୍ମଚାରୀ ରାତି ପାଟ୍ରୋଲିଂ କରୁଥିଲେ । ପୁଲିସ ଗାଡିକୁ ଦେଖି କାରଟି ଦ୍ରୁତ ଗତିରେ ପଳଉଥିବା ବେଳେ ଗାଡ଼ିକୁ ପିଛା କରିଥିଲା ପୋଲିସ । ଗାଡି ଚାଳକକୁ ୨ଜଣ ଗୃହରକ୍ଷୀ ପିଛା କରି ବେଲମୁଣ୍ଡା ଛଳ ଠାରେ କାବୁ କରିଥିଲେ । କାର ମଧ୍ୟରୁ ୨୫ କିଲୋରୁ ଅଧିକ ଗଞ୍ଜେଇ ପ୍ୟାକେଟ ଫାଣ୍ଡି ଗାଡିରେ ନେଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ରିଆମାଳର ଅତିରିକ୍ତ ତହସିଲଦାର ପ୍ରେମ ପ୍ରକାଶ ହୋର ମାଜିଷ୍ରେଟଙ୍କ ଉପସ୍ଥିତିରେ କାରରୁ ୭୦କେଜି ୯୪୦ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । କାର ଚାଳକ ତ୍ରିଲୋଚନ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ବେଆଇନ ଗଞ୍ଜେଇ ଚୋରା ଚାଳାଣରେ ଅନ୍ୟ ୨ ଜଣ ଫେରାର ଥି ବା ବ୍ୟକ୍ତିକୁ ଧରିବା ପାଇିଁ ଚେଷ୍ଟା ଚାଲିଥିବା ବୋଲି ଏସପି କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି । ଗଞ୍ଜେଇ ଗାଡିରୁ ଫାଣ୍ଡି ଗାଡି ସମ୍ପର୍କରେ ମତାମତ ଲୋଡିବାରୁ ଅଭିଯୋଗ ଆଧାରରେ ଏହାର ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି ।






