ଏ.କେ ବ୍ୟୁରୋ : ବଢ଼ୁଛି ମାଙ୍କଡ଼ ଉପଦ୍ରବ । ଦୁଇ ଦିନରେ ୧୦ ଜଣଙ୍କୁ ମାଙ୍କଡ ଆକ୍ରମଣ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନାୟକପୁର ପଞ୍ଚାୟତରେ ମାଙ୍କଡ଼ ଆତଙ୍କ । ଆଜି ୪ ଜଣଙ୍କୁ ମାଙ୍କଡ଼ କାମୁଡି ରକ୍ତାକ୍ତ କରିଛି । ଜଣେ ମହିଳା ମନ୍ଦିରରୁ ପୂଜା ସାରି ଫେରିବା ବେଳେ ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିଲେ ।

ମାଙ୍କଡ଼ କାମୁଡ଼ି ତାଙ୍କୁ ରକ୍ତାକ୍ତ କରି ଦେଇଥିଲା । ସେହିପରି ଆଉ ଜଣେ ବ୍ୟକ୍ତିଙ୍କ ଗୋଡକୁ କାମୁଡି ଗୁରୁତର କରିଦେଇଛି ମାଙ୍କଡ଼ । ତାଙ୍କୁ ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭଦ୍ରକ ମେଡିକାଲକୁ ରେଫର କରାଯାଇଛି । ଆଉ ଦୁଇ ଜଣଙ୍କୁ ମଧ୍ୟ ରକ୍ତାକ୍ତ ଆକ୍ରମଣ କରିଛି ମାଙ୍କଡ଼ । ସେହିପରି ବେହେରା ସାହିର ୬ ଜଣ ମାଙ୍କଡ଼ ଆକ୍ରମଣରେ ଖଣ୍ଡିଆ ଖାବରା ହୋଇଛନ୍ତି । ମାଙ୍କଡ଼ ଆତଙ୍କରେ ଘରୁ ବାହାରିବାକୁ ଲୋକେ ଡରିଲେଣି । ବନ ବିଭାଗ କର୍ମଚାରୀ ପହଞ୍ଚି ମାଙ୍କଡ଼କୁ କାବୁ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଫଳ ହୋଇ ଫେରିଛନ୍ତି ।






