ଏ.କେ ବ୍ୟୁରୋ : ବୁଗୁଡ଼ା.( ଆଶିଷ କୁମାର ଖାଡ଼ଙ୍ଗା ) ଓଡ୍ରା ଖଣ୍ଡାୟତ କାଳଞ୍ଜି ସମାଜ ବେତାରାସିଙ୍ଗି ଅଞ୍ଚଳ ପରିଷଦ ର ଏକ ବୈଠକ ସଭାପତି ଗୌରଚରଣ ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି ବେତାରସିଙ୍ଗି ଅଞ୍ଚଳ ପରିଷଦ ର କାର୍ଯ୍ୟାଳୟ ର ଅନୁଷ୍ଠିତ ଏହି ବୈଠକ ରେ ୧୯ ଖଣ୍ଡ ଗ୍ରାମ ର ସମାଜ ଭାଇ, ଗ୍ରାମ କମିଟି, ଅଞ୍ଚଳ କମିଟି, ମଣ୍ଡଳ କମିଟି ସମେତ ସମାଜ ର କେନ୍ଦ୍ର ପରିଷଦ ର ଶୀର୍ସ ନେତୃତ୍ୱ ବୃନ୍ଦ ଉପସ୍ଥିତ ଥିଲେ । ଏ ଅବସରରେ ଅଞ୍ଚଳ ପରିଷଦ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।
ନୂତନ ଅଞ୍ଚଳ ସଭାପତି ଭାବେ ଗଙ୍ଗାଧର ବିଷୋୟୀ ଉପରେ ସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ୱାଇଁ, ସମ୍ପାଦକ ଭାବେ ଅମ୍ବିକା ପ୍ରସାଦ ବିଶୋଇ। ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ, ସଂଗଠକ ଭାବେ ଲକ୍ଷ୍ମଣ ସ୍ବାଇଁ , ଏବଂ ଉପଦେଷ୍ଟା ଭାବେ ଗାନ୍ଧାରବା ସେନ୍ ଭୂୟାଁ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇ କୂଳ ଦେବତା ଙ୍କ ନିକଟ ରେ ଶପଥ ଗ୍ରହଣ କରିଥିଲେ ଏହି ବୈଠକ ରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା ଉପସଭାପତି ବୃନ୍ଦାବନ ଖଟେଇ ସମ୍ପାଦକ ନୀଳାଚଳ ପଳେଇ ଉପଦେଷ୍ଟା ନାୟକ,ଆସିକା ଅଞ୍ଚଳ ସଭାପତି ନରହରି ବିଶୋଇ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ,ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର ବିଶୋଇ,ଆଠଗଡ ଅଞ୍ଚଳ ସଭାପତି ସୂର୍ଯ୍ୟ ନାରାୟଣ ଭୂୟାଁ , ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟା ପଦ୍ମ ଚରଣ ଜେନା, କଇଣ୍ଡି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ ମଳିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନ, ଙ୍କ ସହିତ ଗ୍ରାମ ଅଞ୍ଚଳ ଓ ମଣ୍ଡଳ ର ସମାଜ ଭାଇ ମାନେ ଉପସ୍ଥିତ ଥିଲେ। ଗଠିତ ନୂତନ କମିଟି ର ଅଞ୍ଚଳ ର ସମାଜ ଭାଇ ମାନଙ୍କର ଉନ୍ନତି ଗରିବ ବୃଦ୍ଧ ବୃଦ୍ଧଙ୍କର କଲ୍ୟାଣ ଓ ସୁରକ୍ଷା ଏବଂ ନାରୀ ସୁରକ୍ଷା ଦିଗରେ ଯତ୍ନବାନ ହେବା ନିମନ୍ତେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଅଞ୍ଚଳ ରେ ବର୍ତମାନ କିଛି ଅଭିଯୋଗ ନଥିବା ନେଇ ଘୋଷଣା କରାଯାଇଥିଲା ।
ବୁଗୁଡ଼ା.( ଆଶିଷ କୁମାର ଖାଡ଼ଙ୍ଗା )






