ଏ.କେ ବ୍ୟୁରୋ : କାନ୍ଧ ଦେବାକୁ କେହି ଆସିଲେନି… ଶେଷରେ ସାଇକେଲ ହେଲା ଶେଷ ସହାରା!” ବରଗଡ଼ ପାଇକମାଳ ଆସିଛି ଏକ ହୃଦୟବିଦାରକ ଚିତ୍ର…
ଶବ ସଂସ୍କାର ପାଇଁ ଚାରି କାନ୍ଧ ମିଳିଲା ନାହିଁ । ଶେଷରେ ନିଜ ପ୍ରିୟଜନଙ୍କ ମୃତଦେହକୁ ସାଇକେଲରେ ବାନ୍ଧି ଶ୍ମଶାନକୁ ନେବାକୁ ବାଧ୍ୟ ହେଲେ ପରିବାର ଲୋକେ ।

ଏହି ହୃଦୟବିଦାରକ ଘଟଣା ସମାଜର ମାନବିକତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି । ଦୁଃଖର ସମୟରେ କେହି ସାଥି ନ ହେବାରୁ, ପରିବାର ନିଜେ ସାଇକେଲକୁ ଶେଷ ସହାରା କରି ଶବ ସଂସ୍କାର ପାଇଁ ବାହାରିଥିଲେ । ଏହି ଦୃଶ୍ୟ ଦେଖି ସମସ୍ତଙ୍କ ଆଖି ଭିଜିଯାଇଛି । ପ୍ରଶ୍ନ ଉଠୁଛି—ଆଜି ବି ଜଣେ ମଣିଷର ଶେଷ ଯାତ୍ରା ପାଇଁ ଚାରି କାନ୍ଧ ମିଳିବା ଏତେ କଷ୍ଟକର କି ?






