ଏ.କେ ବ୍ୟୁରୋ :ବୌଦ୍ଧରେ ତିନି ଦିନିଆ ଜିଲ୍ଲା ସ୍ତରୀୟ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଶୁଭାରମ୍ଭ। ଟାଉନ୍ ହଲ୍ରେ ପ୍ରଦର୍ଶନୀ ସହ Vision-2036′ ଉପରେ ହେବ ବ୍ୟାପକ ଆଲୋଚନା ।

ପ୍ରଥମ ଦିବସରେ ଯୋଜନା ବୋର୍ଡ ଅଧ୍ୟକ୍ଷ, ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ସାମିଲ ରାଜ୍ୟ ସରକାରଙ୍କ ସଫଳତାର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ଟାଉନ୍ ହଲ୍ ଠାରେ ଜିଲ୍ଲା ସ୍ତରୀୟ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଭାଗର ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହା ଜୁନ୍ ୨୬ ରୁ ୨୮ ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ୧ଟା ଯାଏଁ ଚାଲିବ। ଆଜିର ପ୍ରଥମ ଦିବସରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାଏକ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ୩ ଦିନ ମଧ୍ୟରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ଓ Vision-2036 ଉପରେ ଆଲୋଚନା ଚକ୍ର ସହ ହିତାଧିକାରୀଙ୍କୁ ସରକାରୀ ସହାୟତା ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି।
ବୌଦ୍ଧରୁ କୃତ୍ତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






