କେନ୍ଦୁଝର ,୨୬/୦୬: କେନ୍ଦୁଝର ଜିଲ୍ଲାରେ ଆଗାମୀ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ନିର୍ଭୁଲ କରିବା ଲକ୍ଷ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏ ଏସ ଡି ଡି ତାଲିକା ଉପରେ ଗୁରୁତ୍ୱ ଭୋଟର ତାଲିକାରୁ ତ୍ରୁଟି ହଟାଇବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (ବି.ଏଲ୍.ଓ ) ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସମସ୍ତ ବୁଥ୍ ରେ ବି.ଏଲ୍.ଓ ମାନେ ରାଜନୈତିକ ଦଳର ବୁଥ ଲେଭେଲ୍ ଏଜେଣ୍ଟ ଓ ସ୍ଥାନୀୟ ସେଚ୍ଛାସେବୀ ଙ୍କ ସହ ମିଳିତ ବୈଠକ କରି ଏ ଏସ ଡି ଡି ଭୋଟଙ୍କ ତାଲିକା ସମୀକ୍ଷା କରିଛନ୍ତି ।

ଏହି ତାଲିକାରେ ଅନୁପସ୍ଥିତ , ସ୍ଥାନାନ୍ତରିତ, ମୃତ ଓ ଦ୍ୱିତୀୟ ଥର ନାମ ଯୋଡ଼ିଥିବା ଭୋଟରଙ୍କୁ ଚିହ୍ନଟ କରାଯାଇଛି ।ଭୋଟର ତାଲିକାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଭୋଟର ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଯାଞ୍ଚ ପରେ ଯେଉଁ ମାନଙ୍କ ନାମ ଏ ଏସ ଡି ଡି ତାଲିକାରେ ଅନ୍ତର୍ଭୁକ୍ତ ହେବ ସେମାନଙ୍କୁ ଆଗାମୀ ଖସଡ଼ା ଭୋଟର ତାଲିକାରୁ ବାଦ୍ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।






