ବଅଁରପାଳ, ୨୭|୬ (ଇମିସ): ବଅଁରପାଳ ବ୍ଲକ୍ ଗୋତମରା ପଞ୍ଚାୟତରେ ଗତ ୭ ଦିନ ହେଲାଣି ନାଲ୍କୋ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ପଞ୍ଚାୟତର ୧୪ଟି ୱାର୍ଡର ବାସିନ୍ଦା ପାନୀୟ ଜଳ ସଙ୍କଟ ଭୋଗୁଛନ୍ତି| ଅଞ୍ଚଳରେ ଥିବା ନଳକୂଅ ଅଚଳ ହୋଇ ପଡ଼ିଛି ଲୋକେ ପିଇବା ପାଣି ସହ ସ୍ନାନାଦି କାର୍ଯ୍ୟ ପାଇଁ ପାଣି ପାଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ସମାଧାନ ପାଇଁ ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ଅଶୋକ କୁମାର ନାଏକ ପ୍ରଶାସନ ଓ ନାଲ୍କୋ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ଏ ସମ୍ପର୍କରେ ନାଲ୍କୋର ପାନୀୟ ଜଳ ବ୍ୟବସ୍ଥାର ଦାୟିତ୍ବରେ ଥିବା ଆରଡବ୍ଲ୍ୟୁଏସଏସ ଯନ୍ତ୍ରୀ ବିକ୍ରମ କୁମାର ହୋତା କହିଛନ୍ତି, ବ୍ରାହ୍ମଣୀ ନଦୀର ଜଳସ୍ତର ହଠାତ୍ କମିଯିବାରୁ ନାଲ୍କୋକୁ ପର୍ଯ୍ୟାପ୍ତ ପାଣି ମିଳୁନାହିଁ। ଏହାର ପ୍ରଭାବରେ ନାଲ୍କୋ ଉପରେ ନିର୍ଭରଶୀଳ ପାର୍ଶ୍ଵବର୍ତ୍ତୀ ଗାଁଗୁଡ଼ିକରେ ମଧ୍ୟ ପାନୀୟ ଜଳ ସରବରାହ ବନ୍ଦ ରହିଛି। ଯେଉଁ ଗାଁଗୁଡ଼ିକରେ ପାନୀୟ ଜଳର ବିକଳ୍ପ ବ୍ୟବସ୍ଥା ନାହିଁ, ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ। ଗ୍ରାମବାସୀଙ୍କ ଦାବି ହେଉଛି, କେବଳ

ପ୍ରଭାବିତ ହେଉଥିବାରୁ ସବି ଗୋଚ୍ଛାୟତ, ଶାନ୍ତି ଗୋଚ୍ଛାୟତ, କବିତା ଗୋଚ୍ଛାୟତ, ସୁକାନ୍ତି ଗୋଚ୍ଛାୟତ, ପିଙ୍କି ଗୋଛାୟତ, ନର୍ମଦା ଗୋଚ୍ଛାୟତ, ସୁମିତ୍ରା ଗୋଚ୍ଛାୟତ, ବିଳାସ ଗୋଚ୍ଛାୟତ, ଦୁଲାନା ଗୋଚ୍ଛାୟତ, ପ୍ରଣତି ଗୋଚ୍ଛାୟତ, ରୁନା ଗୋଚ୍ଛାୟତ, ଖୁଲଣା ଗୋଚ୍ଛାୟତ, ନିଶା ଗୋଚ୍ଛାୟତ, ମାଧୁରୀ ଗୋଚ୍ଛାୟତ, ମନୀଷା ଗୋଚ୍ଛାୟତ, ଚକ୍ରଧର ଗୋଚ୍ଛାୟତ, ମାନସ ଗୋଚ୍ଛାୟତ ଓ କସ୍ତୁରୀ ଗୋଚ୍ଛାୟତ ପ୍ରମୁଖ କ୍ଷୋଭପ୍ରକାଶ କରିଛନ୍ତି ।






