ଏ.କେ ବ୍ୟୁରୋ : ବର୍ତ୍ତମାନ ସମୟରେ ଦୁନିଆରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ କର୍କଟ ରୋଗର ଆଶଙ୍କା କମାଇବା ପାଇଁ ସୁସ୍ଥ ଖାଦ୍ୟାଭ୍ୟାସ ଅତ୍ୟନ୍ତ ଜରୁରୀ । ବିଶେଷଜ୍ଞମାନଙ୍କ ମତରେ, ସନ୍ତୁଳିତ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ କର୍କଟ ରୋଗର ଆଶଙ୍କାକୁ କିଛି ପରିମାଣରେ କମାଇବାରେ ସହାୟକ ହୋଇପାରେ । କର୍କଟ-ପ୍ରତିରୋଧୀ ଗୁଣ ଥିବା ଖାଦ୍ୟ ଖାଇବା କର୍କଟ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ସବୁଜ ପନିପରିବା, ଫଳ, ସମ୍ପୂର୍ଣ୍ଣ ଶସ୍ୟ, ଡାଲି, ବାଦାମ ଓ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ସହ ନିୟମିତ ବ୍ୟାୟାମ, ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହିବା ଏବଂ ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା କର୍କଟ ରୋଗର ଆଶଙ୍କାକୁ କମ୍ କରିବାରେ ସହାୟକ ହୋଇପାରେ । ଯଦି ଆପଣ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ଏହି ଖାଦ୍ୟଗୁଡ଼ିକୁ ଆପଣଙ୍କ ଡାଏଟ୍ ପ୍ଲାନରେ ନିଶ୍ଚୟ ସାମିଲ କରନ୍ତୁ ।
ହଳଦୀ : କର୍କଟ ରୋଗୀଙ୍କ ପାଇଁ ହଳଦୀ ଏକ ଭଲ ସଂକ୍ରମଣ ବିରୋଧୀକାରୀ ଔଷଧ ଭାବେ କାମ କରେ । କଳା ଗୋଲମରିଚ ସହିତ ହଳଦୀ ବ୍ୟବହାର କରିବା ଦ୍ଵାରା କର୍କଟ ରୋଗର ଆଶଙ୍କା ହ୍ରାସ ପାଇପାରିବ । ହଳଦୀ ଖାଇବା ପାଇଁ, ଏକ ଗ୍ଲାସ ପାଣିରେ ଏକ ଚିମୁଟା ହଳଦୀ ଏବଂ କଳା ଗୋଲମରିଚ ମିଶାଇ ପିଅନ୍ତୁ । ଯାହା କର୍କଟ ରୋଗର ଆଶଙ୍କାକୁ କମ୍ କରିବାରେ ସାହାଯ୍ୟ କରିବ ।
ଅଁଳା : ଅଁଳାକୁ ସୁପରଫୁଡ୍ ଭାବେ ବିବେଚନା କରାଯାଏ । ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅଁଳାରେ ଗାଲିକ୍ ଏସିଡ୍ ଏବଂ ଏଲାଜିକ୍ ଏସିଡ୍, ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ରହିଛି । ଏହା ଶରୀରରେ ଫ୍ରି ରାଡିକେଲ୍ ଗଠନ କରିବାକୁ ରୋକିଥାଏ । ଫ୍ରି ରାଡିକିଲ ଥିବାରୁ କର୍କଟର କୋଷ ଗଠନର ଆଶଙ୍କାକୁ ବହୁଗୁଣିତ କରିଦେଇଥାଏ । ତେଣୁ କର୍କଟ ରୋଗୀମାନେ ପାଇଁ ଅଁଳା ଖାଇବା ଜରୁରୀ । ଯାହା ସେମାନଙ୍କ ସମସ୍ୟାର ଆଶଙ୍କାକୁ କମ୍ କରିଥାଏ ।
ବ୍ରୋକଲି : ଫୁଲକୋବି, ବନ୍ଧାକୋବି ଭଳି ବ୍ରୋକଲି ମଧ୍ୟ କର୍କଟ ରୋଗକୁ କମ୍ କରିବାରେ ସହାୟକ ହୋଇଥାଏ । ଏହି ପନିପରିବାକୁ କ୍ରସିଫେରସ୍ ପନିପରିବା ବୋଲି କୁହାଯାଏ । ଯାହା ଫ୍ରି ରାଡିକାଲ୍ସକୁ ରୋକିବାରେ କାମ କରିଥାଏ । ତେଣୁ ସ୍ୱାସ୍ଥ୍ୟ ଲାଭ ପାଇଁ ସର୍ବଦା ବ୍ରୋକୋଲିକୁ ରାନ୍ଧି ଖାଇବା ଉଚିତ୍ । କର୍କଟ ରୋଗର ଆଶଙ୍କାକୁ କମ୍ କରିବା ପାଇଁ ବ୍ରୋକଲି ଏକ ଉତ୍ତମ ବିକଳ୍ପ ।
ଗ୍ରୀନ୍ ଟି : କର୍କଟ ରୋଗ ହ୍ରାସ ପାଇବା ପଛରେ ଗ୍ରୀନ୍ ଟି’କୁ ଏକ ପ୍ରମୁଖ କାରଣ ଭାବରେ ବିବେଚନା କରାଯାଏ । ଗ୍ରୀନ୍ ଟିରେ EGCG ଥାଏ । ଯାହା କର୍କଟ କୋଷରେ ଆଞ୍ଜିଓଜେନେସିସକୁ ରୋକିବାରେ ସାହାଯ୍ୟ କରିଥାଏ । ଗ୍ରୀନ ଟିରେ ଥିବା EGCG ସ୍ତନ କର୍କଟ ଏବଂ ଫୁସଫୁସ କର୍କଟ ସମେତ ଅନେକ କର୍କଟ ରୋଗ ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇ ଆସୁଛି ।
ଅଳସୀ : ଅଳସୀରେ ଲିଗନାନ୍ ଥାଏ । ଯେଉଁଥିରେ କର୍କଟ ପ୍ରତିରୋଧୀ ଗୁଣ ଭରପୁର ମାତ୍ରାରେ ରହିଛି । ଏହି ଲିଗନାନ୍ ସ୍ତନ ଏବଂ ପ୍ରୋଷ୍ଟେଟ୍ କ୍ୟାନସର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ପ୍ରତିଦିନ ୨୫ ଗ୍ରାମ ଅଳସୀ ଖାଇବା ଦ୍ବାରା କ୍ୟାନସରକୁ ଦୂର କରିବା ସହିତ ଟ୍ୟୁମର ବୃଦ୍ଧି ଆଶଙ୍କାକୁ ମଧ୍ୟ କମ୍ କରିଥାଏ ।
ଯଦି ଆପଣ ଏମିତି କିଛି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆପଣଙ୍କ ଖାଇବା ଲିଷ୍ଟରେ ଏହି ସବୁ ଜିନିଷକୁ ଆଡ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।






