ତରଭା : ଦେଶର ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ ଜନତା ପାର୍ଟି, କମସରl ମଣ୍ଡଳର କୁମ୍ଭାରମୁଣ୍ଡା କାର୍ଯ୍ୟାଳୟ ଠାରେ ଉତ୍ସାହ ଉଦ୍ଦୀପନାର ସହ ପତାକା ଉତ୍ତୋଳନ କରାଯାଇଥିଲା।
ମଣ୍ଡଳ ସଭାପତି ଶ୍ରୀ ଅଶ୍ୱିନୀ କୁମାର ମହାକୁର ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଆନନ୍ଦ ବାରିକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ରାଜକିଶୋର ମେଣ୍ଡିଲି, ଶ୍ରୀ ଭବାନୀ ଶଙ୍କର ପଣ୍ଡା, ଶ୍ରୀ ପ୍ରଭାତ ପାତ୍ର, ଶ୍ରୀ ମୁଚୁରାମ ମେଣ୍ଡିଲି ଏବଂ ଶ୍ରୀମତୀ ରଶ୍ମିତା ଷଡ଼ଙ୍ଗୀ ଓ ଲାଲୁ ପ୍ରସାଦ ଖେଚୁଡ଼ି ଉପସ୍ଥିତ ଥିଲେ।

ସମସ୍ତ ଅତିଥି ଦେଶଭକ୍ତି ଏବଂ ବିକାଶ ଉପରେ ଆଲୋକପାତ କରିଥିଲେ। ଶେଷରେ ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ତରଭାରୁ ବ୍ଲକ ପ୍ରତିନିଧି ଶଶି ଭୂଷଣ ବଗର୍ତ୍ତୀଙ୍କ ରିପୋର୍ଟ ଆପଣଙ୍କ ଖବର






