ଏ.କେ ବ୍ୟୁରୋ : BSNL ୩୩୦ ଦିନର ଏକ ଶସ୍ତା ପ୍ଲାନ୍ ଲଞ୍ଚ କରିଛି । ଯେଉଁଥିରେ ଅନଲିମିଟେଡ୍ କଲିଂ ସହିତ ଅନ୍ୟାନ୍ୟ ସୁବିଧା ପାଇବେ ୟୁଜର୍ସ । ସରକାରୀ ଟେଲିକମ୍ ଅପରେଟର ପୂର୍ବରୁ ପୋର୍ଟଫୋଲିଓରେ ଲମ୍ବା ଭ୍ୟାଲିଡିଟି ପ୍ଲାନ୍ ରଖିଛି । ଯେଉଁଥିରେ ଅନଲିମିଟେଡ୍ କଲିଂ ଏବଂ ଡାଟା ସୁବିଧା ୟୁଜର୍ସଙ୍କୁ ମିଳିବ । BSNL ର ଏହି ପ୍ଲାନର ମୂଲ୍ୟ ଘରୋଇ କମ୍ପାନୀଗୁଡିକ ତୁଳନାରେ ଯଥେଷ୍ଟ କମ୍ ରହିଛି ।
BSNL ଏହି ଶସ୍ତା ରିଚାର୍ଜ ପ୍ଲାନକୁ କିଛି ସମୟ ପୂର୍ବରୁ ଲଞ୍ଚ କରିଛି । କମ୍ପାନୀ ଏହାର ଅଧିକାରିକ X ହ୍ୟାଣ୍ଡେଲରେ ଏହି ପ୍ଲାନର ବେନିଫିଟ୍ସ ସମ୍ପର୍କରେ ସେୟାର କରିଛି । ଏହି ପ୍ରିପେଡ୍ ପ୍ଲାନର ମୂଲ୍ୟ ୧,୯୯୯ଟଙ୍କା । ଭାରତ ସଂଚାର ନିଗମର ଏହି ପ୍ଲାନ୍ ୟୁଜର୍ସଙ୍କୁ ଅନଲିମିଟେଡ୍ ଫ୍ରି କଲିଂ ସୁବିଧା ପ୍ରଦାନ କରୁଛି ।
ଏହା ବ୍ୟତୀତ ୟୁଜର୍ସଙ୍କୁ ଏହି ପ୍ଲାନରେ ଫ୍ରି ନ୍ୟାସନାଲ ରୋମିଂର ଲାଭ ମଧ୍ୟ ପ୍ରଦାନ କରୁଛି । ଏହା ବ୍ୟତୀତ BSNLର ଏହି ପ୍ଲାନରେ ୟୁଜର୍ସଙ୍କୁ ୧.୫ GBର ହାଇ ସ୍ପିଡ୍ ଡାଟା ସୁବିଧା ମଧ୍ୟ ମିଳିବ । ଏହି ପ୍ଲାନ୍ ମୋଟ୍ ୪୯୫ GB ଡାଟା ପ୍ରଦାନ କରେ । ଏଥିସହିତ ପ୍ରତିଦିନ ୧୦୦ଟି ଫ୍ରି SMSର ସୁବିଧା ୟୁଜର୍ସ ପାଇବେ ।
ଭାରତ ସଂଚାର ନିଗମ ଲିମିଟେଡ୍ ତାର ଶସ୍ତା ରିଚାର୍ଜ ପ୍ଲାନ୍ ସହିତ BiTVର ଆକ୍ସେସ୍ ମଧ୍ୟ ପ୍ରଦାନ କରୁଛି । ପ୍ରିମିୟମ୍ ସବସ୍କ୍ରିପସନ୍ ପାଇଁ ୟୁଜର୍ସଙ୍କୁ ୧୫୧ ଟଙ୍କା ଦେବାକୁ ପଡିବ । ଏହି ପ୍ଲାନରେ ୟୁଜର୍ସଙ୍କୁ ୧୦୦୦ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ଏବଂ ଓଟିଟି ଆପ୍ସର ଆକ୍ସେସ୍ ମଧ୍ୟ ପ୍ରଦାନ କରାଯାଇଛି । BiTVରେ ୟୁଜର୍ସ ସେମାନେ ସେମାନଙ୍କର ପସନ୍ଦ ମୁଭି, ଟିଭି ଶୋ ଏବଂ ୱେବସିରିଜର ମଜା ଉଠାଇପାରିବେ ।
BSNL ଲଗାତାର ତାର ନେଟୱାର୍କକୁ ଏକ୍ସପାଣ୍ଡ କରୁଛି । ସରକାରୀ ଟେଲିକମ୍ କମ୍ପାନୀ ପୁରା ଦେଶରେ ଏକା ସାଙ୍ଗରେ 4G ସର୍ଭିସ ଆରମ୍ଭ କରିଛି । ଏଥିପାଇଁ କମ୍ପାନୀ ପ୍ରାୟ ୧ ଲକ୍ଷ 4G/5G ଟାୱାର ଲଗାଇଛି । ଯାହା ସମ୍ପୂର୍ଣ୍ଣ ସ୍ବଦେଶୀ ଟେକନିକ୍ ଉପରେ ବେସ୍ଡ । ସରକାରୀ କମ୍ପାନୀ ଆହୁରି ୧ ଲକ୍ଷ ନୂଆ ମୋବାଇଲ ଟାୱାର ଲଗାଇବାର ଯୋଜନା କରୁଛି । ଏହା ବ୍ୟତୀତ, କମ୍ପାନୀ ଏହି ବର୍ଷ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ପ୍ରମୁଖ ସହରରେ ମଧ୍ୟ 5G ସେବା ଆରମ୍ଭ କରିପାରେ।






